ଫୁଲବାଣୀ : ଫୁଲବାଣୀ ବ୍ଳକ ଅନ୍ତର୍ଗତ ସାର୍ତାଗୁଡାଠାରେ ଶୁକ୍ରବାର ଏକ ଯୁବକର ଶବ ରାସ୍ତା କଡରେ ଥିବା ଏକ ଲଟାବୁଦାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଫୁଲବାଣୀ ସଦର ଥାନା ଅଧିକାରୀ ଆଦିତ୍ୟ ସେଠୀ ସେଠାରେ ପହଂଚି ଶବକୁ ଜବତ କରିବା ସହିତ ଏକ ଅପମୃତୁ୍ୟ ମାମଲା ୧୨/୨୦୨୦ ରୁଜ୍ଜୁ କରିବା ସହିତ ଶବକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରୀ ରଖିଥିଲା ।
ମୃତକ ଜଣକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଂଚଳର କଇଁଝର ଗ୍ରାମପଂଚାୟତର କାଲିଖେତାର ଅଭିମନୁ୍ୟ ସାହୁଙ୍କ ପୁଅ ଲକ୍ଷ୍ମୀନାରାୟଣ ସାହୁ(କୁନା)୨୭ ବୋଲି ତଦନ୍ତରେ ଜଣାପଡିଲା । ତାର ପରିବାର ଲୋକଙ୍କ କହିବା ଅନୁସାରେ ଗୁରୁବାର ଦିନ ସେ ଘରୁ ତାଙ୍କ ଘର ନିକଟରେ ଥିବା ଏକ ଗ୍ରାମ ନିକଟରେ ଥିବା ବାଟାବୋଇରେ ଜଣେ ବ୍ୟକ୍ତିଙ୍କ ଶୁଦ୍ଧିକି୍ରୟାରେ ଯୋଗ ଦେବାକୁ ଯାଇଥିଲା । ସେ ଜଣେ ଜଣେ ଡ୍ରାଇଭର ତାର ସେଠାରୁ ଫେରିବାର ବିଳମ୍ବ ହେବାରୁ ପରିବାର ଲୋକେ ପଚରାଚଉଚୁରା କରିବାରୁ ସେ ଟିକାବାଲିର ଡୁଙ୍ଗିରେ ଥିବା ପଦାସାହିର ଡେନି ନାମକ ଜଣେ ବ୍ୟକ୍ତିର ଗାଡିନେଇ ଯାଇଥିବା ଜାଣିବାକୁ ପାଇଥିଲେ ।
ତାର ପରଦିନ ଫୁଲବାଣୀରୁ ତାଙ୍କ ପୁଅର ମୃତୁ୍ୟ ହୋଇଥିଲା ଖବର ପାଇଥିଲେ । ତେବେ ତାର ମୃତୁ୍ୟ କୌଣସି ଅଘଟଣ ନୁହେଁ ତାକୁ ହତ୍ୟା କରାଯାଇଥିବା ନେଇ କୁନାର ବାପା ଅଭିମନୁ୍ୟ ଟିକାବାଲି ଥାନାରେ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଟିକାବାଲି ଥାନା ପୋଲିସ ଏକ ମାମଲା ୫୨୮୨୦୨୦ ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ନେଇ ଘୁ.ଉଦୟଗିରି ଏସଡିପିଓ ଡିଟିଆର ପଟ୍ଟନାୟକ ସୁଚନା ଦେଇଛନ୍ତି । ତେବେ କୁନା ସାହୁକୁ ଅନ୍ୟ କୌଣସି ଯାଗାରେ ହତ୍ୟା କରାଯାଇ ପରେ ତାର ମୃତ ଦେହକୁ ଆଣି ସାର୍ତାଗୁଡାରେ ଫିଙ୍ଗି ଦିଆଯାଇଥିବା ନେଇ ଦିଆଯାଇଥିବା ନେଇ ଘଟଣାରୁ ସନେ୍ଦହ ହେଉଥିବା ନେଇ ଫୁଲବାଣୀ ସଦରଥାନା ଅଧିକାରୀ ଆଦିତ୍ୟପ୍ରସାଦ ସେଠୀ କହିଛନ୍ତି ।