Odisha news

ଋତୁସ୍ରାବ ସମୟରେ ଆବଶ୍ୟକତା ଠାରୁ ଅଧିକ ବ୍ଲିଡିଂ ହେଊଛି କି ? ହୋଇପାରେ ବ୍ଲଡ଼ କ୍ୟାନ୍ସର ର ସଂକେତ

ବେଳେବେଳେ ଆମେ ଅଧିକାଂଶ ଲକ୍ଷଣକୁ ସାଧାରଣ ସମସ୍ୟା ଭାବି ଅଣଦେଖା କରି ଦେଇଥାଉ ,କିନ୍ତୁ ଏହା ବେଳେବେଳେ ଆମ ମାନଙ୍କ ପାଇଁ ହୋଇପାରେ ଭୟଙ୍କର l କିନ୍ତୁ ବର୍ତମାନ ଏହା ଗବେଷଣା ଅନୁସାରେ ହୋଇପାରେ ଭୟଙ୍କର l କିନ୍ତୁ ଆମେ ଯଦି ଠିକ ସମୟରେ ଚିକିତ୍ସା ନକରିବା ତେବେ ଏହା ଆମମାନଙ୍କ ପାଇଁ ହୋଇପାରେ ଭୟାବହ l ଇଂଲଣ୍ଡ ରେ ରହୁଥିବା ୧୯ ବର୍ଷୀୟା କ୍ୱାଥରିନ ହକସ ହେବି ପିରିୟ୍ଡ଼ସ ସମସ୍ୟା ରେ ରହି ଥାଆନ୍ତି l ସେ ନିଜ ପିତାମାତାଙ୍କ ଠାରୁ ଦୁରେଇ ଅନ୍ୟ ଗୋଟିଏ ସହରରେ ପାଠ ପଢୁଛନ୍ତି l ଶେଷରେ ତାଙ୍କ ପରିସ୍ଥିତି ଏପରି ହୋଇଗଲା ଯେ ସେ ଡାକ୍ତରଙ୍କ ସହିତ ସାକ୍ଷାତ କରିବାକୁ ପଛାଇ ନଥିଲେ l ଡାକ୍ତର କହିଥିଲେ ସେ ବ୍ଲଡ଼ କ୍ୟାସର ରେ ପୀଡିତ ଅଛନ୍ତି l ଯଦି ଗୋଟିଏ ସପ୍ତାହ ଡେରି ହୋଇ ଥାଆନ୍ତା ତେବେ ଜୀବନ ଉପରେ ମଧ୍ୟ ଵିପଦାସୀ ଥାଆନ୍ତା l

* ଋତୁସ୍ରାବ ସମୟରେ ଅଧିକ ରକ୍ତପାତ କାରଣରୁ ଏକ୍ୟୁଟ ପ୍ରୋମୟଲୋସାଇଟିକ ଲ୍ୟୁକମିୟା (APL) ର ଲକ୍ଷଣ ରହିଛି l ଯାହା ଦ୍ରୁତ ଗତିରେ ବ୍ଲଡ଼ କ୍ୟାନ୍ସର ରେ ପରିଣତ ହୋଇପାରେ l ଏହାଦ୍ୱାରା ଜଣେ ସାଧାରଣ ଝିଅ ମଧ୍ୟ ରକ୍ତ ହୀନତାର ଶିକାର ମଧ୍ୟ ହୋଇପାରେ l

* APL ସେତେବେଳେ ହୋଇଥାଏ ଯେତେବେଳେ ବୋନ ମ୍ୟାରୋ ଅଧିକ ଅପରିପକ୍ଵ WBC କୁ ପ୍ରସ୍ତୁତ କରିବାକୁ ଲାଗିଥାଏ l ଏହି କାରଣରୁ ଶରୀରରେ ଅନ୍ୟ ସ୍ଵସ୍ଥ ରକ୍ତ କୋଷିକା ତିଆରି ହେବାକୁ ଲାଗିଥାଏ l

* RBC ସମ୍ପୂର୍ଣ ଶରୀରରେ ଅକ୍ସିଜେନ ପହଞ୍ଚାଇବାର କାର୍ଯ୍ୟ କରିଥାଏ ଓ ଏହାର କମି କାରଣରୁ ନିଶ୍ୱାସ ନେବାକୁ କଷ୍ଟ ହୋଇଥାଏ ଓ ଶରୀର ଦୁର୍ବଳ ଲାଗିଥାଏ l ତ୍ୱଚା ଜନିତ ବିଭିନ୍ନ ସମସ୍ୟା ମଧ୍ୟ ଦେଖା ଦେଇଥାଏ l ଏହା ବ୍ଲଡ଼ ପ୍ଲେଟଲେଟସ କମିବାର ମଧ୍ୟ ସଂକେତ ହୋଇଥାଏ l

* ଡାକ୍ତରମାନଙ୍କ ଗବେଷଣା ଅନୁସାରେ ଥକା ଲାଗିବା ଓ ତ୍ୱଚା ଜନିତ ସମସ୍ୟା ସହିତ ଯୋଡ଼ିହେବା ଦ୍ୱାରା ମଧ୍ୟ APL ର ପ୍ରମୁଖ ଲକ୍ଷଣ ହୋଇପାରେ l ନାକ ଓ ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ପ୍ଲେଟଲେଟସ କମିବାର ସଂକେତ ଦେଇଥାଏ l

* ଡାକ୍ତରଙ୍କ ମତରେ ମହିଳାମାନେ ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ କୁ ଅଣଦେଖା କରିବା ଉଚିତ ନୁହେଁ l ଏହା ଆପଣଙ୍କୁ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଆଡକୁ ମଧ୍ୟ ଟାଣି ନେଇପାରେ l

Comments are closed.