Odisha news

ବୋଲଗଡରେ ‘ପିକକ୍’ ସଙ୍ଗଠନ ପକ୍ଷରୁ ମାଗଣା ମାସ୍କ ବଣ୍ଟନ(

0

ବୋଲଗଡ : -ସାରା ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଥର ହର ହେଉଥିଲା ବେଳେ ଏହାର ପ୍ରତିକାର ପାଇଁ କୋଣସି ପ୍ରତିଶେଧକ ଔଷଧ କିମ୍ବା ଟୀକା ବାହାରି ପାରିନାହିଁ । କେବଳ ପ୍ରତିଶେଧକ ବ୍ୟବସ୍ଥା ସ୍ୱରୁପ ହାତ ସଫା କରିବା ,ମାସ୍କ ପିନ୍ଧିବା ଓ ଘର ଭିତରେ ରହିବାପାଇଁ ବିଭିନ୍ନ ଦେଶରେ ଲକ୍ ଡାଉନ ଆପଣେଇଛନ୍ତି । ଏହି ପରୀପ୍ରେକ୍ଷୀରେ ଓଡିଶାରେ ମଧ୍ୟ ଆସନ୍ତା ମଇ ମାସ ୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ ସମୟସୀମା ଧର୍ଯ୍ୟ କରାଯାଇଛି ।

ବଜାରରେ ମାସ୍କର ଚଢା ଦରରେ ବିକ୍ରୀ ହେଉଥିବାବେଳେ କେତେକ ସ୍ୱୟଂ ସହାୟକ ଗୋଷ୍ଠୀ ସ୍ୱଛାସେବୀ ।ନୁଷ୍ଠାନ ମାସ୍କମାନ ପ୍ରସ୍ତୁତ କରି ମାଗଣାରେ ବଣ୍ଟନ କରୁଛନ୍ତି । ବୋଲଗଡ ବ୍ଲକରେ ଗତ ୭ଦିନ ମଧ୍ୟରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ବ୍ଲକ ପ୍ରଶାସନ ନିକଟରେ ୩ହଜାରରୁ ଉର୍ଦ୍ଧ ମାସ୍କ ପ୍ରଦାନ କରିଥିବାବେଳେ ସୋମବାରଦିନ ‘ପିକକ୍’ ନାମକ ଏକ ସ୍ୱେଛାସେବୀ ଅନୁଷ୍ଠାନ ମାସ୍କ ବଣ୍ଟନ କରିଛି ।

ଏହାର ବ୍ଲକ ସଂଯୋଜକ ବାମଦେବ ଜେନାଙ୍କ ନେତୃତ୍ୱରେ ସଦସ୍ୟମାନେ ବୋଲଗଡ ତହସିଲ କାର୍ଯ୍ୟାଳୟ,ବ୍ଲକ କାର୍ଯ୍ୟାଳୟ,ଥାନା ଓ ବିଭିନ୍ନ ବଜାରମାନଙ୍କରେ ୫୦୦ରୁ ଉର୍ଦ୍ଧ ମାସ୍କ ବଣ୍ଟନ କରିଥିବାର ଦେଖିବାକୁ ମିଳିଛି ।

Har Ghar Tiranga

Leave A Reply