ମୁମ୍ବାଇ : ଶାହରୁଖ ଖାନ ଓ ଦୀପିକା ପାଦୁକନ ଅଭିନୀତ ଚଳଚିତ୍ର ‘ପଠାନ’ ର ସଂଗୀତ ରେ କିଛିଟା ପରିବର୍ତନ କରାଯିବ l ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ଗୁରୁବାର ଦିନ ଫିଲ୍ମ ମେକର୍ସ ଙ୍କୁ ପରିବର୍ତନ କରିବା ପାଇଁ ପରାମର୍ଶ ଦେଇଛନ୍ତି l ପଠାନ ଚଳଚିତ୍ର ର ବେଶର୍ମ ରଙ୍ଗ ବିବାଦ ମଧ୍ୟରେ CBFC ଚେୟାରପର୍ସନ ପ୍ରସୂନ ଯୋଶୀ କହିଛନ୍ତି – ଆମ ପକ୍ଷରୁ ଫିଲ୍ମ ମେକର୍ସ ଙ୍କୁ କୁହାଯାଇଛି ଯେ ଫିଲ୍ମ ରିଲିଜ ପୂର୍ବରୁ ରିଵାଈଜଡ଼ ଭର୍ଜନ ଆମ ନିକଟରେ ସବମିଟ କରନ୍ତୁ l
ସେନ୍ସର ବୋର୍ଡ ର ଚଳଚିତ୍ର ଟିକୁ ଦେଖିବା ପରେ ନିର୍ଦେଶ ଦିଆଯିବ l CBFC ର ଚେୟାରପର୍ସନ କହିଛନ୍ତି,’ସେନ୍ସର ବୋର୍ଡ ସର୍ବଦା କ୍ରିଏଟିଭିଟି ଓ ଦର୍ଶକ ମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ରଖିବାକୁ ଚେଷ୍ଟା କରିଥାଏ l ଆମର ବିଶ୍ୱାସ ରହିଛି ଏହି ଆଲୋଚନା ମାଧ୍ୟମରେ କିଛିନା କିଛି ରାସ୍ତା ବାହାରିଯିବ l ଆସନ୍ତା ୨୦୨୩ ରେ ଏହି ଚଳଚ୍ଚିତ୍ରଟି ସିନେମା ହଲ ରେ ରିଲିଜ ହେବାକୁ ଯାଉଛି l
ପଠାନ ଚଳଚିତ୍ର ରେ ଦୀପିକା ଭଗବା ରଙ୍ଗର ବିକିନି ପିନ୍ଧିବା କୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା l ଏହାପରେ ଏହି ଚଳଚିତ୍ର କୁ ସେନ୍ସର ବୋର୍ଡ କୁ ପଠାଯାଇ ଥିଲା l ଏହାପରେ ପଠାନ କୁ ସେନ୍ସର ବୋର୍ଡ ନିକଟକୁ ପଠାଯାଇ ଥିଲା l ସେନ୍ସର ବୋର୍ଡ ପକ୍ଷରୁ କୁହାଯାଇଛି ଯେ ସର୍ବ ପ୍ରଥମେ ଆମର ସଂସ୍କୃତି ଓ ମାନ୍ୟତା ସର୍ବପ୍ରଥମ ରହିବ ଜରୁରୀ l
ଶାହରୁଖ ଖାନ ପଠାନ ଚଳଚିତ୍ରକୁ ନେଇ ପ୍ରାୟ ଚାରି ବର୍ଷପରେ ବଡ଼ ପରଦାକୁ ଫେରୁଛନ୍ତି l ଏହାପୂର୍ବରୁ ଶାହରୁଖ ୨୦୧୮ ରେ ଜିରୋ ଚଳଚିତ୍ରରେ ନଜର ଆସିଥିଲେ l ପଠାନ ଚଳଚିତ୍ର ଜରିଆରେ ସେ ଧମକେଦାର ଏଣ୍ଟ୍ରି କରିବାକୁ କରିବାକୁ ଯାଉଛନ୍ତି l ଏହି ଚଳଚିତ୍ର ର ବଜେଟ ପାଖାପାଖି ୨୫୦ କୋଟି ଅଟେ l ଚଳଚିତ୍ର ର ମିଡ଼ିଆ ରାଇଟ୍ସ ପାଖାପାଖି ୧୦୦ କୋଟି ରେ ବିକ୍ରି ହୋଇଛି l ବେଶର୍ମ ରଙ୍ଗ ଚଳଚିତ୍ର କୁ ୨ ସପ୍ତାହ ରେ ୧୫ କୋଟି ଭିୟୁଜ ମିଳିଛି l