ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ପକ୍ଷରୁ ଘରଠାରୁ ଦୂରରେ ରହୁଥିବା ମତଦାତା ଙ୍କ ପାଇଁ ରିମୋର୍ଟ ଭୋଟିଂ ମେସିନ (RVM ) ପ୍ରସ୍ତୁତ କରାଯାଇଛି l EC ପକ୍ଷରୁ ଗୁରୁବାର ଦିନ ଘୋଷଣା କରାଯାଇଛି l ରିମୋର୍ଟ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଅର୍ଥାତ RVM ର ସାହାଯ୍ୟ ଦ୍ୱାରା ଘରଠାରୁ ଦୂରରେ ରହି ଅନ୍ୟ ରାଜ୍ୟରେ ରହୁଥିବା ଭୋଟର ବିଧାନସଭା /ଲୋକସଭା ମତଦାନ ରେ ଭୋଟ ଦେଇ ପାରିବେ l ଅର୍ଥାତ ଭୋଟିଂ ପାଇଁ ସେମାନଙ୍କୁ ସେମାନଙ୍କ ଘରକୁ ଯିବାକୁ ପଡିବ ନାହିଁ l ନିର୍ବାଚନ ଆୟୋଗ ପକ୍ଷରୁ ଜାନୁଆରୀ ୧୬ ତାରିଖ ଦିନ ସମସ୍ତ ରାଜନୈତିକ ଦଳ ଙ୍କୁ ଏହି RVM ର ଲାଇବ ଡେମୋନସ୍ଟ୍ରେଶନ ଦେଖାଯିବ l
ଏହି ରିମୋର୍ଟ ଭୋଟିଂ ମେସିନ ବ୍ୟବହାର ଅନ୍ୟ ରାଜ୍ୟରେ ଚାକିରୀ କରୁଥିବା ଲୋକେ, ପ୍ରବାସୀ ଶ୍ରମିକ ମାନେ ଖୁବ ସହଜରେ କରିପାରିବେ l ଏହାର ଅର୍ଥ ଏହା ନୁହେଁ ଯେ ଜଣେ ବ୍ୟକ୍ତି ଘରେ ବସି ଭୋଟ ଦେଇପାରିବ l ଆୟୋଗ ଏହି ସୁବିଧା ର ଲାଭ ଉଠାଇବା ପାଇଁ ଆପଣଙ୍କୁ ମତଦାନ ଦିନ ରିମୋର୍ଟ ଭୋଟିଂ ମେସିନ ରହିଥିବା ସ୍ଥାନରେ ପହଂଚିବା କୁ ପଡିବ l ଆନୁମାନିକ ଭାବରେ କୁହାଯାଉଛି ଯେ ଭାରତରେ ୪୫ କୋଟି ଲୋକ ଏଭଳି ଅଛନ୍ତି ଯେଉଁମାନେ ନିଜ ଘର ଛାଡି ଅନ୍ୟ ରାଜ୍ୟରେ ରହୁଛନ୍ତି l ମୁଖ୍ୟ ମତଦାନ ଅଧିକାରୀ କହିଛନ୍ତି ଯେ ଯୁବକ ମାନେ ଓ ସହର ରେ ରହୁଥିବା ଭୋଟର ମାନଙ୍କ ଭୋଟ ଦେବାର ମତକୁ ନେଇ ରିସର୍ଚ୍ଚ କରାଯାଇଥିଲା l ଭୋଟିଂ ରେ ଏହାର ଭାଗିଦାରୀ ବଢାଇବା ପାଇଁ ରିମୋର୍ଟ ଭୋଟିଂ ସିଷ୍ଟମ ରେ କ୍ରାନ୍ତିକାରୀ ପରିବର୍ତନ ହେବ l
IIT ମାଡ୍ରାସ ସାହାଯ୍ୟରେ ପ୍ରସ୍ତୁତ ହୋଇଥିବା ଏହି ମଲ୍ଟି କଣ୍ଟୀଷ୍ଟିଚୁଏନଷି ରିମୋର୍ଟ EVM ଗୋଟିଏ ରିମୋର୍ଟ ପୋଲିଂ ବୁଥ ଠାରୁ ୭୨ ଟି ପୋଲିଂ ବୁଥ କୁ ସମ୍ବଳିବାର ସକ୍ଷମ ଅଟେ l ଏହି ମେସିନ ଟିକୁ ଲାଗୁ କରିବା ପୂର୍ବରୁ କଣ ରହିବ ଲ , ପ୍ରଶାସନିକ ଓ ଯାନ୍ତ୍ରିକ ଆହ୍ୱାନ କୁ ନେଇ ରାଜନୈତିକ ଦଳ ଗୁଡିକର ବିଚାର ମଧ୍ୟ ମଗା ଯାଇଛି l
ମତଦାନ ଆୟୋଗ ପକ୍ଷରୁ କୁହାଯାଇଛି ଯେ ୨୦୧୯ ର ସାଧାରଣ ନିର୍ବାଚନ ପୂର୍ବରୁ ଭୋଟର ଙ୍କ ସଂଖ୍ୟା ୬୭ .୪ %ପ୍ରତିଶତ ରହିଥିଲା l ୩୦ କୋଟି ରୁ ଅଧିକ ଲୋକେ ମତଦାନ ଅଧିକାର ରୁ ବଂଚିତ ରହୁଛନ୍ତି l କାହିଁକି ନା ଅନେକ ଲୋକେ ଘରଠାରୁ ଦୁରେଇ ରହି ଭୋଟିଂ ରେଜିଷ୍ଟ୍ରେସନ କରିପାରନ୍ତି ନାହିଁ ଓ ଭୋଟ ଦେଇ ପାରନ୍ତି ନାହିଁ , ସେହି ମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ଅଟେ ।
୨୦୨୩ ରେ ଜାମ୍ମୁ କାଶ୍ମୀର ବ୍ୟତୀତ ଦେଶର ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୨୦୨୪ ରେ ଲୋକସଭା ନିର୍ବାଚନ ହେବ , ଯେଉଁ ରାଜ୍ୟ ଗୁଡ଼ିକରେ ମତଦାନ ହେବ ସେମାନଙ୍କ ମଧ୍ୟରେ ତ୍ରିପୁରା , ମେଘାଳୟ , ନାଗାଲ୍ୟାଣ୍ଡ , କର୍ଣ୍ଣାଟକ , ଛତିଶଗଡ , ମଧ୍ୟପ୍ରଦେଶ , ମିଜୋରାମ , ତେଲେଙ୍ଗାନା ଓ ରାଜସ୍ଥାନ ସାମିଲ୍ ହେବେ ।