ଜୀବନ ର ଶେଷ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମା ହୀରା ବେନ୍ , ପ୍ରଧାନମନ୍ତ୍ରୀ ଦେଲେ ମା ଙ୍କୁ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ : ଶୁକ୍ରବାର ସକାଳ ପ୍ରଧାମନ୍ତ୍ରୀଙ୍କ ପାଇଁ ଥିଲା ଗୋଟିଏ ଦୁଃଖଦ ଦିନ । ଆଜି ମୋଦୀ ଙ୍କ ମା ହୀରା ବେନ ସକାଳୁ ଜୀବନ ର ଶେଷ ଯାତ୍ରା ଆରମ୍ଭ କଲେ । ସେ ଅହମଦାବାଦ ର ଡାକ୍ତରଖାନା ରେ ଭର୍ତି ହୋଇଥିଲେ । ଡାକ୍ତରଖାନା ର ସୂଚନା ଅନୁସାରେ ” ହିରାବେନ୍ ମୋଦୀ ଅହମଦାବାଦ ସ୍ଥିତ ୟୁଏନ ହାର୍ଟ ହସ୍ପିଟାଲ ରେ ଚିକିତ୍ସାଧୀନ ସମୟରେ ଡିସେମ୍ବର ୩୦ ତାରିଖ ୨୦୨୨ ସକାଳୁ ୩ଟା ବାଜି ୩୦ ମିନିଟ୍ ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ‘ ପ୍ରଧାନମନ୍ତ୍ରୀ ଙ୍କ ମା ନିଧନ ରେ ତାଙ୍କୁ ଦେଶର ସମସ୍ତ ନେତା ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ” ପ୍ରଧାନମନ୍ତ୍ରୀ ଙ୍କ ମା ହୀରା ବା ଙ୍କ ମୃତ୍ୟୁ ରେ ମତେ ଗଭୀର ଆଘାତ ଲାଗିଛି । ଗୋଟିଏ ମା ଙ୍କ ଅନୁପସ୍ଥିତି ଏଭଳି ଅନୁପସ୍ଥିତି ଯାହା ଦୁନିଆର କୌଣସି ବ୍ୟକ୍ତି ପୁରଣ କରିପାରେ ନାହିଁ । ମୋର ସମବେଦନା ପ୍ରଧାନମନ୍ତ୍ରୀ ଙ୍କ ପରିବାର ସହିତ ରହିଛି , ଓମ୍ ଶାନ୍ତି । “
ଗୃହମନ୍ତ୍ରୀ ଅମିତ୍ ଶାହା କହିଥିଲେ ଯେ ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମା ଙ୍କ ମୃତ୍ୟୁ ମତେ ଗଭୀର ଦୁଃଖ ଦେଇଛି । ସେ ନିଜ ଟୁଇଟ ରେ ଲେଖିଛନ୍ତି ଯେ “:ମା ଗୋଟିଏ ଏଭଳି ବ୍ୟକ୍ତି ଯାହାର ସ୍ଥାନ ସର୍ବୋଚ୍ଚ ଉଚ୍ଚ ରେ , ଯିଏ କି ଜୀବନ ର ପ୍ରଥମ ଗୁରୁ ଓ ପ୍ରଥମ ବନ୍ଧୁ । “
ଚଳିତ ବର୍ଷ ଜୁନ୍ ୧୮ ତାରିଖ ରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମା ଙ୍କ ୧୦୦ ତମ ଜନ୍ମଦିନ ପାଳନ କରିଥିଲେ ।