Odisha news

ମହିଳାଙ୍କ ଶରୀରର ଏହିସବୁ ଅଙ୍ଗ ଖୋଲି ଦେଇଥାଏ ତାଙ୍କର ସ୍ୱଭାବର ରହସ୍ୟ

0

କଥାରେ ଅଛି ମହିଳାଙ୍କୁ ଠିକ ରେ ବୁଝିପାରିବା ଦେବତାଙ୍କ ନିକଟରେ ମଧ୍ୟ ସମ୍ଭବ ନୁହେଁ l  ତଥାପି ମହିଳାଙ୍କୁ ବୁଝିବା ଏତେ କଠିନ ମଧ୍ୟ ନୁହେଁ l  କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳାଙ୍କ ଶରୀରର ଏଭଳି ୩ଟି ଅଙ୍ଗ ରହିଛି ଯାହା ତାଙ୍କ ସ୍ଵଭାଵ କୁ ଦର୍ଶାଇ ଥାଏ l  ଆସନ୍ତୁ ଆଜି ଜାଣିବା ମହିଳାଙ୍କ ର କେଉଁ ଅଙ୍ଗ ତାଙ୍କର କେଉଁ ସ୍ଵଭାଵ କୁ ଦର୍ଶାଉଛି l

ଓଠ -:
ମହିଳାଙ୍କ ମୁଖମଣ୍ଡଳ ର ସବୁଠୁ ଅକ୍ରସନୀୟ ଅଙ୍ଗ ହେଉଛି ତାଙ୍କ ଓଠ, ଆପଣ ଚାହିଁଲେ ଯଦି ଗୋଟିଏ ମହିଳାଙ୍କ ଓଠ କୁ ଠିକ ଭାବରେ ଦେଖି ତାଙ୍କ ସ୍ଵଭାଵ ବିଷୟରେ ଜାଣିପାରିବେ l
ସାମୁଦ୍ରିକ  ଶାସ୍ତ୍ର ଅନୁସାରେ –

– ଯେଉଁ ମହିଳାଙ୍କ ଓଠ ନାଲି ଓ ପତଳା ହୋଇଥାଏ, ସେହି ମହିଳାଙ୍କ ସ୍ଵଭାଵ ନିଜ ସ୍ୱାମୀଙ୍କ ପ୍ରତି ଭଲ ରହିଥାଏ l ସେମାନେ ନିଜ ସ୍ୱାମୀଙ୍କ ପ୍ରତି ଖୁବ ସ୍ନେହ ଓ ସମ୍ମାନ ରଖି ଥାଆନ୍ତି l  ଏଭି ମହିଳାଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ l

– ଯେଉଁ ମହିଳାଙ୍କ ଓଠ ମୋଟା ଓ କଳା ହୋଇଥାଏ ସେମାନେ ଖୁବ ଆକ୍ରୋଶ ମନୋବୃତ୍ତିର ହୋଇ ଥାଆନ୍ତି l  ସେମାନେ ସଭିଙ୍କ ସହିତ ଖୁବ ଛୋଟ ଛୋଟ କଥାରେ ଝଗଡା କରି ବସନ୍ତି l

ଥୋଡୀ ରେ ଡିମ୍ପଲ -:
ସାମୁଦ୍ରିକ ଶାସ୍ତ୍ରରେ ମହିଳାଙ୍କ ଥୋଡୀ ରେ ଡିମ୍ପଲ ରହିଥାଏ ସେମାନଙ୍କ ବିଷୟରେ ମଧ୍ୟ କୁହାଯାଇଛି –

– ଯେଉଁ ମହିଳାଙ୍କ ଥୋଡୀ ରେ ସାମାନ୍ୟ ଗର୍ତ୍ତ ରହିଥାଏ ସେମାନେ ଖୁବ ଖୁଶ ମିଜାଜ ର ହୋଇ ଥାଆନ୍ତି ଓ ଖୁବ ସଚୋଟ ଅଟନ୍ତି l

– ଏଭଳି ମହିଳା ନିଜ ସ୍ଵଭାଵ ଅନୁସାରେ ଖୁବ ଦୟାଳୁ ହୋଇ ଥାଆନ୍ତି l  ଏହାଛଡା ଯେଉଁ ମହିଳାଙ୍କ ଥୋଡୀ ଗୋଲ ହୋଇଥାଏ ସେମାନେ ଭାଗ୍ୟବତୀ ଅଟନ୍ତି l

– ଲମ୍ବା ଥୋଡୀ ଥିବା ମହିଳା ସାଂସାରିକ ସୁଖ ପ୍ରତି ଅଧିକ ଆକର୍ଷିତ ହୋଇ ଥାଆନ୍ତି l

ଭ୍ରୂଲତା ବା ଆଇବ୍ରୋ -:

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳାଙ୍କ ଆଇବ୍ରୋ ମଧ୍ୟ ସେମାନଙ୍କ ସ୍ଵଭାଵ ଦର୍ଶାଇ ଥାଏ l

– କୁହାଯାଏ ଯେ ଯେଉଁ ମହିଳାଙ୍କ ଭ୍ରୂଲତା ଧନୁ ଆକାରର ହୋଇଥାଏ, ସେମାନେ ଖୁବ ସୁନ୍ଦର ଏବଂ ଚରିତ୍ରବାନ ହୋଇ ଥାଆନ୍ତି l  ସେମାନଙ୍କ ସ୍ଵଭାଵ ମଧ୍ୟ ଖୁବ ସୁନ୍ଦର ହୋଇଥାଏ l

– କିନ୍ତୁ ଯେଉଁ ମହିଳାଙ୍କ ଭ୍ରୂଲତା ସିଧା, ଅଧା ମୋଟା ହୋଇଥାଏ ସେମାନେ ଖୁବ କଠୋର ସ୍ୱଭାବର ହୋଇ ଥାଆନ୍ତି l

– ଯେଉଁ ମହିଳାଙ୍କ ଭ୍ରୂଲତା ନାକ ଉପରେ ଏକ ସାଙ୍ଗରେ ମିଶି ଯାଇଥାଏ ସେମାନଙ୍କ ବୈବାହିକ ଜୀବନ ଅଧିକ ସୁଖମୟ ହୋଇନଥାଏ l

Govt
Leave A Reply