Odisha news

କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଯୁବକଙ୍କୁ ଗୋଇଠାମାଡ଼ ଘଟଣାରେ ଆଇଆଇସି ସନ୍ଧ୍ୟାରାଣୀ ଜେନା ନିଲମ୍ବିତ

0

କେନ୍ଦୁଝର: ସୂଚନାଯୋଗ୍ୟ, ପାଟଣା ଥାନାର ଆଇଆଇସି ସଂଧ୍ୟାରାଣୀ ଜେନା କିଛିଦିନ ତଳେ ଜଣେ ଯୁବକଙ୍କୁ ଥାନା ଭିତରେ ଠେଙ୍ଗାରେ ନିସ୍ତୁକ ବାଡେଇବା ସହ ତଳେ ପକାଇ ଗୋଇଠା ମାରିଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ସମ୍ପୃକ୍ତ ଯୁବକ ଜଣକ ହେଲେ ପାଟଣା ଥାନା ତାଳସରୁଆ ଗ୍ରାମର ଚିତ୍ତରଞ୍ଜନ ମହାନ୍ତ (୨୨ ବର୍ଷ)। ଏହି ଯୁବକଙ୍କୁ ଅନୁଚିତ ବ୍ୟବହାର ପ୍ରଦର୍ଶନ ଲାଗି ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ପୁଲିସ ମହାନିର୍ଦ୍ଦେଶକ ଶନିବାର ଦିନ ନିଲମ୍ବିତ କରିଛନ୍ତି। ପୁଲିସ ମହାନିର୍ଦ୍ଦେଶକଙ୍କ ଅଫିସିଆଲ୍ ହାଣ୍ଡେଲରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।
ନିଲମ୍ବିତ କରାଯାଇଥିବା ପୁଲିସ ଡିଜି ଟୁଇଟରେ ସୂଚନା ଦେଇଛନ୍ତି।

ଭିଡିଓ ଭାଇରାଲ ହେବା ଘଟଣାର ତଦନ୍ତ ନିମନ୍ତେ ଘଟଗାଁ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ପାଟଣା ଥାନାକୁ ଆସିଥିଲେ। ତାଙ୍କ କହିବା ଅନୁସାରେ ଗତ ୨୫ /୩/୨୦୨୦ରେ ପାଟଣା ଥାନାରେ ଏକ ଜମିବାଡ଼ି ମାମଲା ଦାଏର ହୋଇଥିଲା। ତାଳସରୁଆ ଗ୍ରାମର ଲଷ୍ମୀଧର ମହାନ୍ତଙ୍କୁ ସେହି ଗ୍ରାମର ସମ୍ପୃକ୍ତ ଯୁବକ ଚିତ୍ତରଞ୍ଜନ ମହାନ୍ତଙ୍କ ସମେତ କଂଗ୍ରେସ ମହାନ୍ତ , ଗୁରୁଚରଣ ମହାନ୍ତ , ଚୈତନ୍ୟ ମହାନ୍ତ ପ୍ରମୁଖ ଜମି ବାଡ଼ି ମାମଲାରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ଲଷ୍ମୀଧରଙ୍କ ପତ୍ନୀ ଗାନ୍ଧାରୀ ମହାନ୍ତ ଥାନାରେ ଅଭିଯୋଗ କରିଥିଲେ। ଏହି ୪ଅଭିଯୁକ୍ତଙ୍କୁ ଥାନାକୁ ଆଣି ଥାନାଧିକାରୀ ପଚାର ଉଚରା କରିଥିଲେ । ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରା ଯାଇ କୋର୍ଟ ଚାଲାଣ କରାଯାଇଥିଲା ବୋଲି ଏସଡିପିଓ ରବୀନ୍ଦ୍ର କୁମାର ମାଲିକ ପ୍ରକାଶ କରିଥିଲେ।

Leave A Reply