Odisha news

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପଟ୍ଟାମୁଣ୍ଡାଇରେ ମକ ଡ୍ରିଲ

0

ପଟ୍ଟାମୁଣ୍ଡାଇ: ଆଗାମୀ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକରେ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଲକ ଅନ୍ତର୍ଗତ ଶଙ୍ଖପୁର, ବାଲିପାଟଣା, ଦାଣ୍ଡିସାହି, ସିଂହଗାଁ ଆଦି ୪ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମକ ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଶଙ୍ଖପୁର ଠାରେ ଆୟୋଜିତ ମକ ଡ୍ରିଲ କାର୍ଯ୍ୟକ୍ରମରେ ଓସଡମା ସାଧାରଣ ପରିଚାଳକ ସତ୍ୟ ପଟ୍ଟନାୟକ, ଜିପିଓ ଅକ୍ଷୟ ମହାନ୍ତି, ବିଡିଓ ଭରତ ପରିଡା, ଏସସିଇଓ ଉଦର ସୁନ୍ଦର ସ୍ୱାଇଁ, କନିଷ୍ଠଯନ୍ତ୍ରୀ ରାଜଲକ୍ଷ୍ମୀ ମହାନ୍ତି ଓ ଅନ୍ୱେଷଣ ସଂପାଦକ ଅନନ୍ତ କର ପ୍ରମୁଖ ଯୋଗ ଦେଇ ବର୍ଷାଋତୁରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି ସ୍ୱରୂପ ମକ ଡ୍ରିଲ କାର୍ଯ୍ୟକ୍ରମକୁ ସାମାଜିକ ଦୂରତା ମଧ୍ୟରେ ସମ୍ପନ୍ନ କରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ପରାର୍ମଶ ଦେଇଥିଲେ । ଶଙ୍ଖପୁର ବାତ୍ୟା ଆଶ୍ରୟସ୍ଥଳୀ ସଂପାଦକ ସୁବ୍ରତ ବାରିକ ଧନ୍ୟବାଦ ଦେଇଥିଲେ ।

Leave A Reply