ପଟ୍ଟାମୁଣ୍ଡାଇ : ବନ୍ୟାବିପନ୍ନ ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷିତ ରିଲିଫ ଓ ସହାୟତା ରାଶିକୁ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ପଟ୍ଟାମୁଣ୍ଡାଇ ପୌରାଚଂଳ ଓ ବ୍ଲକରେ ବିଧାୟକ ଧ୍ରୁବ ସାହୁ ବଟଂନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସମଗ୍ର ବିଶ୍ୱରେ ସୁନାମ ଅର୍ଜ୍ଜନ କରିଥିବା ଓଡିଶା ସରକାରଙ୍କ ଘୋଷିତ ରିଲିଫ ଓ ସହାୟତା ରାଶି ଗ୍ରହଣ କରିବା ପାଇଁ ଉଭୟ ପୌରାଚଂଳ ଓ ବ୍ଲକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ଆଜି ବିଧାୟକ ଶ୍ରୀସାହୁ ପଟ୍ଟାମୁଣ୍ଡାଇ ପୌରାଚଂଳର ତନୁପୁର, ନନ୍ଦିନୀନଗର, କଷଣଅଂଟା, ତଳବାଲିପଡା, ବଳଦେବନଗର, ସିଦ୍ଧପାଟଣା, ନୂଆଗାଁ, କାକୁଡିପଲ୍ଲୀ, ଅଳଭାରେ ରିଲିଫ ଓ ସହାୟତା ଭାବରେ ୫୦ କିଲୋ ଚାଉଳ ଓ ୫୦୦ ଟଙ୍କା ପ୍ରଦାନ କରିଥିଲେ ।

ଏହି ରିଲିଫ ଓ ସହାୟତା ବଟଂନ କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁ , ବ୍ଲକ ସଭାପତି କିଶୋର ସାହୁ, ନଗର ସଭାପତି ଭୋଳାନାଥ ପାଢୀ, ପୂର୍ବତନ ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ଯୁବନେତା ବୁଢା ଲେଙ୍କା, ପୂର୍ବତନ କାଉନସିଲର ମଳୟ ମଳିକ, ଜୟକୃର୍ଷ୍ଣ ରାଉତ, ପିଟୁଂ ସେଠୀ, ଦଳିତ ସେଲ ଜିଲ୍ଲା ସଭାପତି ବାରେଣୀ ସେଠୀ, ପବିତ୍ର ଜେନା, ବାପି ସାମଲ ପ୍ରମୁଖ ସାମିଲ ହୋଇ ରିଲିଫ ଓ ସହାୟତା ରାଶି ବଟଂନ କରିଥିଲେ ।

ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ବାଛରା ପଚାଂୟତରେ ରିଲିଫ ଓ ସହାୟତା ବଟଂନ କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଡିଓ ଓ ବ୍ଲକ କର୍ମଚାରୀଙ୍କ ଉପସ୍ଥିତିରେ ବିଧାୟକ ଧ୍ରୁବ ସାହୁ ସରକାରୀ ରିଲିଫ ଓ ସହାୟତା ରାଶି ବଟଂନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ବ୍ଲକ ସଭାପତି କିଶୋର ସାହୁ, ବାଛରା ସରପଚଂ ସମୀର ପ୍ରଧାନ, ପୂର୍ବତନ ସଭ୍ୟ ଅଜୟ ସାହୁ, ପୂର୍ବତନ ସରପଚଂ ସୁଧାଂଶୁ ସାମଲ, ବରିଷ୍ଠନେତା ପ୍ରଦୁ୍ୟମ୍ନ ସାମନ୍ତରାୟ, ବିଚିତ୍ର ପ୍ରଧାନ, ପଚାଂୟତ ନିର୍ବାହୀ ଅଧିକାରୀ ପ୍ରମୁଖ ରିଲିଫ ଓ ସହାୟତା ରାଶି ବଟଂନରେ ସହାୟତା କରିଥିଲେ ।

 

LEAVE A REPLY

Please enter your comment!
Please enter your name here