ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଅଚଂଳର ବିଶିଷ୍ଟ ବ୍ୟବସାୟୀ ତଥା ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପିତା ପିତାମ୍ବର ସାହୁଙ୍କର ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା । ମୃତୁ୍ୟ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର ଅକ୍ଷୟ ସାହୁ, ବୁହୁ ସାମ୍ବାଦିକ ସୁମିତ୍ରା ସାହୁ, ନାତି ଡା. ସ୍ୱସ୍ତିକ ମହଲା, ନାତି ଫର୍ମା କମ୍ପାନୀ ଅଫିସର ଅବିନାଶ ସାହୁ, ନାତୁଣୀ ଅନୁଷ୍କା ସାହୁ, ଝିଅଜ୍ୱାଇଁ, ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତି ଥିଲେ । ପଟ୍ଟାମୁଣ୍ଡାଇ ପୌରାଚଂଳ ଅନ୍ତର୍ଗତ ବାଲିପଡା ଗ୍ରାମରେ ଜନ୍ମିତ ସ୍ୱର୍ଗତଃ ସାହୁ ପଟ୍ଟାମୁଣ୍ଡଇର ଜଣେ ବିଶିଷ୍ଟ ବ୍ୟବସାୟୀ ଭାବେ ଖ୍ୟାତି ଅର୍ଜ୍ଜନ କରିବା ସହିତ ଗ୍ରାମରବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ପରବର୍ତୀ ସମୟରେ ପୋଖରୀଆପଡା ଗ୍ରାମର ସ୍ଥାୟୀ ବାସିନ୍ଦା ଭାବେ ଶେଷ ଜୀବନ କଟାଇଥିଲେ ।
ଜଣେ ନୀତିନିଷ୍ଠ ଦୃଢମନା ବ୍ୟକ୍ତିତ୍ୱ ଭାବେ ସାଧାରଣରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ମୃତୁ୍ୟ ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ଉପାଧ୍ୟକ୍ଷ ସୁଶାନ୍ତ ଦାସ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ଭୋଳାନାଥ ପାଢୀ, ପୂର୍ବତନ ପୌରାଧ୍ୟକ୍ଷା ପ୍ରତିନିଧର ବୁଢା ଲେଙ୍କା, ବରିଷ୍ଠନେତା ପ୍ରଦୁ୍ୟମ୍ନ ସାମନ୍ତରାୟ, ସୌରେନ୍ଦ୍ର ବେହେରା, ପ୍ରତାପ ପାଢୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଓ ସାମାଜିକ କର୍ମୀ ଯୋଗ ଦେଇ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞଳୀ ଜ୍ଞାପନ କରିଥିଲେ ।
ତାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଡ. ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ କିଶୋର ତରାଇ, ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଅଲେଖ କୁମାର ଜେନା, କେନ୍ଦ୍ରାପଡା ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ ପରିଡା, ଉପାଧ୍ୟକ୍ଷ ସୁମିତ୍ରା ସାହୁ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ମାନସ ସାମଲ ଓ ନିଶିକାନ୍ତ ପ୍ରଧାନ, ବର୍ଷିଆନନେତା ନୃସିଂହ ଆଚାର୍ଯ୍ୟ, ଡା. ବାସୁଦେବ ପାତ୍ର, ବରିଷ୍ଠନେତା ବିଜୟ ସ୍ୱାଇଁ, ସମାଜସେବୀ ଗଦାଧର ମଲ୍ଲିକ, ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ପୋଖରୀଆପଡା ଠାରେ ଶେଷକୃତ୍ୟ ସଂପନ୍ନ କରାଯାଇଛି । ଏକମାତ୍ର ସାମ୍ବାଦିକ ଅକ୍ଷୟ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।