Odisha news

ପଟ୍ଟାମୁଣ୍ଡାଇ : ଜମିବାଡି ବିବାଦକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ୧ ମୃତ ; ୫ କୋର୍ଟଚାଲାଣ

0

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶିମିଳିଆ ଗ୍ରାମରେ ଦୀର୍ଘଦିନ ଧରି ଲାଗିରହିଥିବା ଜମିବାଡି ବିବାଦକୁ କେନ୍ଦ୍ର କରି ଆଜି ଭୋର ସମୟରେ ପାରିବାରିକ ହିଂସା ଉଗ୍ରରୂ ପ ଧାରଣ କରିଥିଲା । ଗୋଟିଏ ପରିବାରର ସଂଘବଦ୍ଧ ମରଣାନ୍ତକ ଆକ୍ରମଣରେ ଅନ୍ୟ ପରିବାରର ସଦ୍ୟମାନେ ଗୁରୁତର ହୋଇପଡିଥିଲେ । ଗୁରୁତର ହୋଇଥିବା ଲୋକମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନାରେ ଚିକିସôା ପାଇଁ ଭର୍ତି କରାଯାଇଥିଲା । ଚିକିସôାଧୀନ ଅବସ୍ଥାରେ ଜଣଙ୍କର ମୃତୁ୍ୟ ଘଟିଛି ।

ଅନ୍ୟ ୨ଜଣ ଗୁରୁତରଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପଟ୍ଟାମୁଣ୍ଡାଇ ପୋଲିସ ଏ ସଂପର୍କରେ ଏକ ମୋକଦ୍ଦମା ରୁଜୁ କରି ଅଭିଯୁକ୍ତ ୫ଜଣଙ୍କୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରିଛି । ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ଥାନା ଶିମିଳିଆ ଗ୍ରାମର ପରିକ୍ଷିତ ସ୍ୱାଇଁଙ୍କ ସହିତ ତାଙ୍କ ପୁତୁରା ଦେବପ୍ରସାଦ ସ୍ୱାଇଁଙ୍କର ଦୀର୍ଘଦିନ ଧରି ଜମିବାଡି ବିବାଦ ଲାଗିରହିଥିଲା । ଗତକାଲି ସନ୍ଧ୍ୟାରେ ଜମିବାଡିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଜି ଭୋର ସମୟରେ ପାରିବାରିକ ହିଂସା ଉଗ୍ରରୂପ ଧାରଣ କରିଥିଲା ।

ଦାଦା ପରିକ୍ଷିତ ସ୍ୱାଇଁ, ସ୍ତ୍ରୀ ନଳିନୀପ୍ରଭା, ପୁଅ ଶିବପ୍ରସାଦ  ଓ ଜ୍ୱାଇଁ ସହିତ ଅନ୍ୟ ୨ ଜଣ ପୁତୁରା ଦେବପ୍ରସାଦ ସ୍ୱାଇଁଙ୍କ ପରିବାର ଉପରେ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ହୋଇପଡିଥିବା ଦେବପ୍ରସାଦ, ତାଙ୍କ ମାଆ କୁସୁମ, ସ୍ତ୍ରୀ ମୀରାଙ୍କୁ ଉଦବେଗଜନକ ଅବସ୍ଥାରେ ଚିକିସôା ପାଇଁ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଦେବପ୍ରସାଦଙ୍କ ମାଆ କୁସମଙ୍କ ଗଳାରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ ପରେ କେନ୍ଦ୍ରାପଡା ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ଦେବପ୍ରସାଦଙ୍କ ବାମହାତ ଓ ମୁଣ୍ଡରେ ଜୋର ଆଘାତ ଲାଗିଥିବାବେଳେ ସ୍ତ୍ରୀ ମୀରାଙ୍କ ପେଟରେ ଗଭୀର ଆଘାତ ଲାଗିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଜରୁରୀ ଚିକିସôା ପାଇଁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଁଚି ସମୁଦାୟ ମାମଲାର ଛାନଭିନ ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କ ନିଦେ୍ର୍ଦଶରେ ସ୍ଥାନୀୟ ପୋଲିସ ଥାନା କେସ ନଂ.- ୧୮୮/୨୦୨୦ରେ ଭାରତୀୟ ପିଙ୍ଗଳକୋର୍ଡର ୩୪୧, ୩୦୨, ୩୦୭, ୩୨୬, ୨୯୪, ୫୦୬, ୩୪ ଦଫା ଓ ଆଇପିସି/୨୫ ଆର୍ମ ଆକ୍ଟ ବଳରେ ମୋକଦ୍ଦମା ରୁଜୁ କରି ଅଭିଯୁକ୍ତ ପରିକ୍ଷିତ ସ୍ୱାଇଁ, ନଳିନୀପ୍ରଭା ସ୍ୱାଇଁ, ଶିବ ପ୍ରସାଦ ସ୍ୱାଇଁ, କିଶୋର କୁମାର ଜେନା, ଦିଲ୍ଲୀପ କୁମାର ନାୟକଙ୍କୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରିଛି । ଏହି ଘଟଣା ସମଗ୍ର ଅଚଂଳରେ ଆଲୋଡନ ସୃଷ୍ଟି କରିଛି ।

Nalco

Leave A Reply