ପଟ୍ଟାମୁଣ୍ଡାଇ :ମହାମରୀ କରୋନାକୁ ନେଇ ସମଗ୍ର ଓଡିଶାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ପାଇଁ କୌଣସି ଟୀକା ଓ ଓøଷଧ ନଥିବାରୁ ଜନସଚେତନା ଓ ସାମାଜିକ ଦୂରତା ଏକମାତ୍ର ବିକଳ୍ପ ଭାବରେ ଉଭା ହୋଇଛି । ସମଗ୍ର ଭାରତବର୍ଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବାବେଳେ ଓଡିଶାରେ ସ୍ଥିତି ସଂପୂର୍ଣ୍ଣ ନିନ୍ତ୍ରଣାଧୀନ ରହିଛି ।
ଓଡିଶା ବାହାରେ ଥିବା ପ୍ରବାସୀମାନେ କରୋନା ଯୋଗୁଁ ଭୟଭୀତ ଅବସ୍ଥାରେ ଭୋକଉପାସରେ ଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଓଡିଆମାନଙ୍କୁ ସରକାରୀ ପଞିକରଣ ଜରିଆରେ ସ୍ୱତନ୍ତ୍ର ବସ ଓ ଟ୍ରେନରେ ଓଡିଆ ଫେରିବା ପାଇଁ ବ୍ୟବସ୍ଥା କରିଥିଲେ । ତଦନୁଯାୟୀ ପ୍ରବାସୀମାନଙ୍କ ଥଇଥାନ ନିମନ୍ତେ ପଚାଂୟତମାନଙ୍କରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ ଓ ସଂକ୍ରମିତଙ୍କ ଚିକିସôା ପାଇଁ ସମସ୍ତ ଜିଲ୍ଲା ସଦର ମହକୁମାରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ।
ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଅଭାବ ଓ ପ୍ରବାସୀମାନଙ୍କ ଓଡିଶା ଆଗମନ ଯୋଗୁଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କେତେକାଂଶରେ ବୃଦ୍ଧି ପାଇଛି । ତେବେ କରୋନା ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ଓଡିଶାରେ ସ୍ଥିତି ଆଶ୍ୱସ୍ଥୁତ ରହିଛି । କେନ୍ଦ୍ରାପଡା ଜିଲ୍ଲାରେ କରୋନାକୁ ନିୟନ୍ତ୍ରିତ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା କଠୋର ପଦକ୍ଷେପ ଗ୍ରହଣ କରି କରୋନା ସଂକ୍ରମଣକୁ ରୋକି ପାରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଚାଂୟତ ନାହିଆଡିଆ ଗ୍ରାମର ଜନୈକ ଯୁବକ ସୁଶାନ୍ତ ମଳିକ ସୁଦୂର ମହାରାଷ୍ଟ୍ରରୁ ଓଡିଶାକୁ ଫେରି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ସଂଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ସରକାରୀ ନିୟମାନୁଯାୟୀ ସଙ୍ଗରୋଧରେ ରହି ସଂପୂର୍ଣ୍ଣ ପରେ ଗତ ୨୭ ତାରିଖରେ ନିଜ ଗାଁ ନାହିଆଡିଆକୁ ଫେରିଥିଲେ ।
ଏହାପରେ ସେ ପରିବାର ସଦସ୍ୟ, ବନ୍ଧୁବାନ୍ଧବ, ସାଙ୍ଗସାଥିଙ୍କ ସହିତ ମିଶିବା ସଙ୍ଗେ ସଙ୍ଗେ ସ୍ଥାନୀୟ ବଜାର, ହାଟରୁ ସଉଦା, ପନିପରିବା କିଣିବା ଓ ଜଳଖିଆ ଦୋକାନରେ ଜଳଖିଆ ଖାଇଥିଲେ । ଆଜି ତାଙ୍କର ରକ୍ତ ନମୁନା ରିପୋର୍ଟ କରୋନା ସଂକ୍ରମିତ ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଘରୁ ଉଠାଇ ନିଆଯାଇ ଚିକିସôା ପାଇଁ କୋଭିଡ ହସ୍ପିଟାଲ ପଠା ଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେ ମିଳାମିଶା କରିଥିବା ଲୋକମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଏଥି ସହିତ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ପେଣ୍ଠପାଳ, ଦାଣ୍ଡିସାହି, ବ୍ରହ୍ମପୁର, ଅଣ୍ଢରା ସମେତ ଆଖପାଖ ଅଚଂଳରେ ସର୍ଟ ଡାଉନ ଘୋଷଣା କରାଯାଇଛି ।