Odisha news

ବାଡି ବଗିଚାରେ ଥିବା ପଶାରୁଣି ପତ୍ରର ଔଷଧୀୟ ଗୁଣ

ଆମ ଓଡ଼ିଆ ଘରେ ପଶାରୁଣି ପତ୍ର ଗୋଟିଏ ଚିରା ଚରିତ ଖାଦ୍ୟ । ଅଧିକାଂଶ ସମୟରେ ଘର ମାନଙ୍କରେ ଏହି ପତ୍ରରେ ବିଭିନ୍ନ ଖାଦ୍ୟ ପଦାର୍ଥ ତିଆରି ହୋଇଥାଏ । ଯାହାକୁ ଆମେ ଖାଇଥିଲେ ମଧ୍ୟ ଏହାର ସ୍ଵାସ୍ଥ୍ୟଗତ ଲାଭ ବିଷୟରେ ଜାଣି ନଥାଉ ।

ଆୟୁର୍ବେଦ ଅନୁସାରେ ପଶାରୁଣି ପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ । ପଶାରୁଣି ପତ୍ର ସେବନ କରିବା ଦ୍ଵାରା ମିଳିଥାଏ ଅଦ୍ଭୁତ ଲାଭ । ଏହି କରୋନା ସମୟରେ ନିଜର ଇମ୍ୟୁନୀଟି ବଢ଼ାଇବା ପାଇଁ ପଶାରୁଣୀ ପତ୍ର ସେବନ କରିବା ନିହାତି ଆବଶ୍ୟକ । ଏହି ପତ୍ର ନିଜର ବିଶେଷ ଦୁର୍ଗନ୍ଧ ଯୋଗୁଁ ବେଶ୍ ଜଣାଶୁଣା । ଆସନ୍ତୁ ଆଜି ଜାଣିବା ଏହି ପତ୍ରର ଔଷଧୀୟ ଗୁଣ ।

* ଆଣ୍ଠୁ ଗଣ୍ଠି ଜନିତ ବିଭିନ୍ନ ସମସ୍ୟା କୁ ଦୁର କରିବା ପାଇଁ ପଶାରୁଣି ପତ୍ରର ବିଶେଷ ଉପୋଯୋଗ ହୋଇଥାଏ । ଆଣ୍ଠୁ ଗଣ୍ଠି ସମସ୍ୟା ପାଇଁ ପଶାରୁଣି ପତ୍ରକୁ ନିଆରେ ସେକି ଗଣ୍ଠି ଉପରେ ରଖିବା ଦ୍ଵାରା ଲାଭ ମିଳିଥାଏ ।

* ଯଦି ଆପଣଙ୍କ ଗ୍ୟାସ୍ ଜନିତ ସମସ୍ୟା ଦେଖାଯାଉଛି ତେବେ ପଶାରୁଣି ପତ୍ର ଓ ଗୋଲ ମରିଚ କୁ ଏକତ୍ରିତ ବାଟି ସେବନ କରିବା ଦ୍ୱାରା ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ ।
* ଶରୀରରେ କଫ ଓ ବାତ ସମସ୍ୟାକୁ ଦୂର କରିବା ପାଇଁ ପଶାରୁଣି ପତ୍ର ରସ ସହିତ ମହୁ ସେବନ କରିବା ଦ୍ୱାରା ଲାଭ ମିଳିଥାଏ । ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ ।

* ଏଥିରେ ମୂତ୍ର ବର୍ଦ୍ଧକ ଗୁଣ ରହିଛି । ଯଦି ଆପଣଙ୍କ ର ମୂତ୍ର ଜନିତ କିଛି ସମସ୍ୟା ରହିଛି କିମ୍ବା ପେଟ ଗରମ୍ ହୋଇ ହଳଦିଆ ପରିସ୍ରା ହେଉଛି ତେବେ ସକାଳୁ ଖାଲି ପେଟରେ ପାସାରୁଣି ପତ୍ରର ରସ ପିଅନ୍ତୁ ।

Nalco

Comments are closed.