Odisha news

କଣ ରହିଛି ଦୁବ ଘାସର ଧାର୍ମିକ ମହତ୍ତ୍ଵ : ଆସନ୍ତୁ ଜାଣିବା କାହିଁକି ଗଣେଶଙ୍କର ପ୍ରିୟ ଅଟେ ଦୁବଘାସ

ଆମ ହିନ୍ଦୁ ଧ୍ରମରେ ଦୁବ ଘାସର ବ୍ୟବହାର ପ୍ରାୟ ସମସ୍ତ ପୂଜା ପାଠ ରେ କରାଯାଇ ଥାଏ । ଯେ କୌଣସି ପୂଜା ହେଉ ଭଗବାନ ଙ୍କୁ ଦୁବଘାସ ଅର୍ପଣ ହେବା ଅତି ଜରୁରୀ ଅଟେ । ବିଶେଷକରି ଭଗବାନ୍ ଗଣେଶଙ୍କ ର ଦୁବ ଘାସ ଅତି ପ୍ରିୟ , ଏହା ପଛରେ ରହିଛି ଗୋଟିଏ ପୌରାଣିକ କଥା ।

କଣ ରହିଛି ଧାର୍ମିକ ମହତ୍ତ୍ଵ –
ପୁରାଣ ଯୁଗରେ ରାକ୍ଷସ ମାନଙ୍କର ଉପଦ୍ରବ ଚାରିଆଡେ ଲାଗି ରହିଥିଲା । ଏହାକୁ ନେଇ ଦେବତା ଓ ମୁନି ଋଷି ସମସ୍ତେ ଚିନ୍ତାରେ ରହିଥିଲେ । ଏହି ରାକ୍ଷସ ମାନଙ୍କ ମଧ୍ୟରେ ଗୋଟିଏ ରାକ୍ଷସ ଥିଲା ଯାହାର ନାମ ଅନଳାସୁର ଥିଲା । ଏହି ରାକ୍ଷସ ଟି ଚାରିଆଡେ ହା ହା କାର ସୃଷ୍ଟି କରିଥିଲା । ଦେବତା ମାନେ ତାକୁ ଖୁବ୍ ଭୟ କରୁଥିଲେ । ଏହି ଅସୁର କବଳରୁ ରକ୍ଷା ପାଇବା ପାଇଁ ଦେବତା ମାନେ ଭଗବାନ୍ ଶିବଙ୍କ ନିକଟରେ ପହଞ୍ଚି ଥିଲେ । ଶିବ କହିଥିଲେ କେବଳ ଗଣେଶ ହିଁ ଅନଳ ଅସୁର କୁ ବିନାଶ କରି ପାରିବେ ।

ଏହାପରେ ଦେବତା ଗଣ ଗଣେଶଙ୍କ ନିକଟରେ ପହଞ୍ଚି ଥିଲେ । ସମସ୍ତେ ଏକ କାଳୀନ ଗଣେଶଙ୍କୁ ଅନୁରୋଧ କରିଥିଲେ ଯେ ଅନଳ ଅସୁର ନିକଟରୁ ରକ୍ଷା କରିବା ପାଇଁ । ଗଣେଶ ପ୍ରସ୍ତୁତ ହେଲେ ଅନଳ ଅସୁର ସହିତ ଯୁଦ୍ଧ କରିବାକୁ । ଉଭୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ଏହି ଯୁଦ୍ଧରେ କ୍ରୋଧିତ ହୋଇ ଗଣେଶ ଅନଳ ଆସୁରକୁ ଗିଳି ଦେଲେ । ଏହାଦ୍ବାରା ଅନଳ ଅସୁରର ବିନାଶ ହୋଇଗଲା , କିନ୍ତୁ ଗଣେଷଙ୍କ ପେଟରେ ଜ୍ଵଳନ ଆରମ୍ଭ ହୋଇଗଲା । ଏହି ଜ୍ୱଳନ କୁ କମାଇବା ପାଇଁ ମୁନି ଋଷି ଓ ଦେବତା ବିଭିନ୍ନ ଉପାୟ କଲେ , କିନ୍ତୁ ତାହା କମିଲା ନାହିଁ ।

ଏହାପରେ କାଶ୍ୟପ ମୁନି ଦୁବଘାସ ର ୨୧ଟି ବିଡା ଗଣେଶଙ୍କୁ ଖାଇବାକୁ ଦେଲେ , ଏହାପରେ ତାଙ୍କର ପେଟର ଜ୍ବଳନ ଶାନ୍ତ ହୋଇଗଲା । ଏହାପରେ ଗଜାନନ ଖୁସି ହୋଇ କହିଥିଲେ ଯେ ଯିଏ ଆଜି ଠାରୁ ତାଙ୍କୁ ଦୁବ ଘାସ ଅର୍ପଣ କରିବ ସେ ତାହାର ସବୁ ମନ ଇଚ୍ଛା ପୂରଣ କରିବେ ।

IEC 2 years

Comments are closed.