ପୁରୁଣା କାଳରେ ଆମ ପୁର୍ବଜ ମାନେ ମାଟି ପତ୍ରରେ ଖାଦ୍ୟ ପ୍ରସ୍ତୁତ କରିଥିଲେ । ଏହାର ସ୍ଵାଦ ମଧ୍ୟ ଅତି ଉତ୍ତମ । କିନ୍ତୁ ଆଜିକାଲି ଆମେ ମାଟି ପାତ୍ରକୁ ବ୍ୟବହାର କରୁ ନାହୁଁ । କିନ୍ତୁ ଆଜି ଆପଣ ଏହାର ଲାଭ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।
* ଆଇରନ ଓ କ୍ୟାଲସିୟମ ରେ ଭରପୁର ହୋଇଥାଏ ଖାଦ୍ୟ –
ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଖାଦ୍ୟର ପିଏଚ ସ୍ତର ଠିକ୍ ରହିଥାଏ । ଖାଦ୍ୟ ମଧ୍ୟ ସ୍ଵାଦିଷ୍ଟ ହୋଇଥାଏ । ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଏଥିରେ ଆଇରନ , କ୍ୟାଲସିୟମ , ଫସଫରସ ଓ ମଗ୍ନେସୀୟମ ମାତ୍ରା ଅଧିକ ବଢ଼ିଥାଏ । ଯାହା ଶରୀର ପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ ।
* ଖାଦ୍ୟ ପୋଷାକ ତତ୍ତ୍ଵ ରେ ଭରିଥାଏ –
ମାଟି ପାତ୍ରରେ ଥିବା ଛୋଟ ଛୋଟ ଛିଦ୍ର ନିଆଁ ର ସଂସ୍ପର୍ଶରେ ଆସିବା ଦ୍ୱାରା ଏଥିରେ ଖାଦ୍ୟର ପୋଷାକ ତତ୍ତ୍ଵ ସୁରକ୍ଷିତ ରହିଥାଏ । ଅନ୍ୟ ପାତ୍ର ତୁଳନାରେ ମାଟି ପାତ୍ରରେ ଖାଦ୍ୟ ସୁରକ୍ଷିତ ରୁହେ ।
* ହୃତପିଣ୍ଡ ପାଇଁ ଲାଭ ଦାୟକ –
ମାଟି ପାତ୍ରରେ ପ୍ରାକୃତିକ ତୈଳ ଅଂଶ ରହିଥାଏ । ଯେଉଁ କାରଣରୁ ଖାଦ୍ୟରେ ଖୁବ୍ କମ୍ ତେଲର ପ୍ରୟୋଗ ହୋଇଥାଏ । ତେଣୁ ଏହି ଖାଦ୍ୟ ହୃତପିଣ୍ଡ ପାଇଁ ସୁରକ୍ଷିତ ଅଟେ ।
* ଆଣ୍ଠୁ ଗଣ୍ଠି ସମସ୍ୟା ଦୂର ହୁଏ –
ପୁରୁଣା କାଳରେ ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ୱାରା ହାଡ ଜନିତ ବିଭିନ୍ନ ସମସ୍ୟା ଦୂର ହେଉଥିଲା । କାରଣ ଏଥିରୁ ପ୍ରାକୃତିକ ଉପାୟରେ କ୍ୟାଲସିୟମ ମିଳିଥାଏ । ତେଣୁ ଏହି ଖାଦ୍ୟ ଶରୀର ପାଇଁ ଲାଭଦାୟକ ।

Comments are closed.