ପାରଳାଖେମୁଣ୍ଡି ଟାଉନହଲ ଠାରେ ବିଜେଡି ତରଫ ରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଙ୍କ ଉଦଘାଟିତ
ପାରଳାଖେମୁଣ୍ଡି-(ଗରୁଡ଼ ଧ୍ୱାଜ୍ ଚୌଧୁରୀ)-ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ଆଦେଶ କ୍ରମେ ସାରାରାଜ୍ୟ ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗଜପତି ଜିଲ୍ଲା ରେ ମଧ୍ୟ ଜୀବନ ବିନ୍ଦୁ ରକ୍ତଦାନ ଶିବିର ପାରଳାଖେମୁଣ୍ଡି ସ୍ଥିତ ଟାଉନ ହୋଲ ରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଯୁବରାଣୀ କଲ୍ୟାଣି ଦେବୀ,ମରୁତ କୁମାର ପାଳ ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ,ନଗର ବିଜେଡ଼ି ସଭାପତି ସୂର୍ଯ୍ୟନାରାୟଣ ରାଜୁଗୁରୁ ,ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏସ ଲିଙ୍ଗରାଜ, ବରିଷ୍ଠ ସାମ୍ବାଦିକଗରୁଡ଼ଧ୍ଵଜଚୌଧ୍ରୁରୀ,ଅନ୍
ଏହି ରକ୍ତଦାନ ଶିବିର ଆଜି ଠାରୁ ଆରମ୍ଭକରି ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ପ୍ରଯନ୍ତ ଚାଲୁ ରହିବ ବୋଲି ବିଜେଡି ନଗର ସଭାପତି ସୂର୍ଯ୍ୟନାରାୟଣ ରାଜୁଗୁରୁ ଜଣାଇଛନ୍ତି । ସାରା ବିଶ୍ବରେ ରେ ଯେଉଁଭଳି କରନା ମହାମାରୀ ରୋଗ ଲାଗିରହିଛି ଏଣୁ ଯେପରି କେହିବି ରକ୍ତ ଅଭାବ ରେ ନମରନ୍ତି ସେଥିପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦେଶ କ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ରକ୍ତଦାନ ଶିବିର l ଏହି ରକ୍ତ ଦାନ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଓ ପାରଳାଖେମୁଣ୍ଡି ସହରରୁ ଯୁବକ ମାନେ ପହଞ୍ଚି ରକ୍ତ ଦାନ କରିଥିଲେ l
