Odisha news

ବେଗୁନିଆପଡ଼ାରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ : ଗୋଟିଏ ଦିନରେ ୩୦ ୟୁନିଟ ରକ୍ତ ସଂଗ୍ରହ

0
କୋଦଳା : (Susanta Kumar Pattnayak) : ଗଂଜାମ ଜିଲ୍ଲା ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ ହେଉଥିବା ବେଳେ ରବିବାର ବେଗୁନିଆପଡ଼ା ବ୍ଳକ ପରିସରରେ ରକ୍ତ ସଂଗ୍ରହ ଯାନ ପହଞ୍ଚିଥିଲା । ବ୍ଲକର ବିଭିନ୍ନ ପଞ୍ଚାୟତରୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଆହ୍ବାନ କରାଯାଇଥିବା ବେଳେ ମୋଟ ୩୦ ଜଣ ସଦସ୍ୟ ତାଲା ବନ୍ଦ ର ସମସ୍ତ ନିୟମ ମାନି ଶୃଙ୍ଖଳିତ ଭାବେ ରକ୍ତଦାନ କରିଥିଲେ ।
କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆସିକା ସଂସଦୀୟ କ୍ଷେତ୍ରର ଓଡିଶା ମୋ ପରିବାର ସହ ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକଂ ଦ୍ବାରା ପରିଚାଳିତ ରାଜ୍ୟ ରକ୍ତ ଅନ୍ତକ୍ଷେପଣ ପରିଷଦ ପକ୍ଷରୁ ଏହି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ ଏକା ସାଙ୍ଗରେ ୨ ଜଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯିବାର ବ୍ୟବସ୍ଥା ରହିଥିବା ବେଳେ ଇଛୁକ ରକ୍ତଦାତାଙ୍କ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସୁସ୍ଥବାନ ବ୍ଯକ୍ତିଙ୍କ ଠାରୁ ଜଣକ ପିଛା ୩୦୦ ମିଲିମିଟର ରକ୍ତ ସଂଗ୍ରହ କରାଯାଇଥିଲା।
ବ୍ରହ୍ମପୁର ରକ୍ତ ଭଣ୍ଡାର ଲୋକସମ୍ପର୍କ ଅଧିକାରୀ ସୁଶାନ୍ତ କୁମାର ପାଣିଗ୍ରାହୀ, ସହ କର୍ମଚାରୀ  କର୍ମଚାରୀ ନାଗ ଭୂଷଣ ପ୍ରଧାନ, ପ୍ରଦୀପ କୁମାର ସୁବୁଦ୍ଧି, ସୁଶାନ୍ତ କୁମାର ପଣ୍ଡା ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ଅଙ୍ଗାରଗାଁ ପଞ୍ଚାୟତର ସରପଞ୍ଚ ସରୋଜ ସାହୁ, ଚନ୍ଦନପୁର ଗୋପବନ୍ଧୁ ସାହୁ, କୁମ୍ଭାରଗାଁ ପଞ୍ଚାୟତର ସନ୍ତୋଷ ବରଡ ପ୍ରମୁଖଙ୍କ ସହଯୋଗରେ ମୋଟ ୩୦ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାତା ଯୋଗ ଦେଇ ରକ୍ତଦାନ କରିଥିଲେ। ବର୍ତ୍ତମାନ କୋଭିଡ୍ ୧୯ ସମୟରେ ବହୁ ରୋଗୀଙ୍କୁ ରକ୍ତର ଆବଶ୍ୟକତା ରହୁଥିବା ବେଳେ ଏହି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ବେଶ୍ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା।
Nalco
Leave A Reply