Odisha news

ପୋଲିସ କୁ ମାଡ ମାରିବା ଘଟଣା ରେ ଦୁଇ ଗିରଫ

0
ପାରାଦୀପ୍ – ପୋଲିସ କୁ ମାଡ ମାରିବା ଘଟଣା ରେ ଦୁଇଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ବେଳେ ଉତେଜନା  |  ପାରାଦୀପ୍ ଲକ୍ ଥାନା ସମ୍ମୁଖ ରେ ଗତ କାଲି  ଲକ୍ ଥାନା ଏଏସଆଇ ଅଶୋକ କୁମାର ମହାନ୍ତି ପାଖ ଦୋକାନ କୁ ଯାଉଥିବା ବେଳେ  ଦୁଇଜଣ ଟ୍ରକ୍ ମାଲିକ ପ୍ରମୋଦ ପ୍ରତିହାରୀ ଓ ପାରାଦୀପ୍ ଟ୍ରକ୍ ମାଲିକ ସଂଘ ର ଉପସଭାପତି ପ୍ରଦୀପ ଗାହାଣ ଆସି ମହାନ୍ତି ଙ୍କ ସହ କଣ ପାଇଁ ରାସ୍ତା ରେ ଟ୍ରକ୍ ଗୁଡିକ ଧାଡ଼ି ଭାଙ୍ଗି ଯାଉଛନ୍ତି ଓ ତାଙ୍କୁ କଣ ପାଇଁ  ଅଟକାଉନାହାନ୍ତି କହି ଯୁକ୍ତି ତର୍କ କରିଥିଲେ  | ଘଟଣା ଏଭଳି ହୋଇଥିଲା ଯେ ଉକ୍ତ ଦୁଇଜଣ ଟ୍ରକ ମାଲିକ କୁଆଡେ ଏଏସଆଇ ମହାନ୍ତି ଙ୍କୁ କଲର ଧରି ଟାଣିବା ପର୍ଯ୍ୟନ୍ତ କଥା ଯାଇଥିଲା  | ଏହାପରେ ଉକ୍ତ ଦୁଇଜଣ ଙ୍କୁ ଲକ୍ ଥାନା ପୋଲିସ ଗିରଫ କରିବା ସହ  ଆଜି କୋର୍ଟ ଚାଲାଣ କରିବା ଫଳରେ ଲୋକ ଥାନା ଆଗରେ ତାଙ୍କ ସମର୍ଥକ ମାନେ ତାଙ୍କୁ କୋର୍ଟ ଚାଲାଣ ନକରିବା ପାଇଁ ଅଡି ବସିଥିଲେ | ଶେଷରେ ପୋଲିସ ଧାରଣାରତ ସମର୍ଥକ ମାନଙ୍କୁ ଫୋର୍ସ ଲଗାଇ ଉଠାଇବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି  | ସୂଚନା ଅନୁସାରେ ପ୍ରତିଦିନ ପୋଲିସ କୁ ହାତ କରି କିଛି ଟ୍ରକ୍ ମାଲିକ ମାନେ ଦଲାଲ ମାଧ୍ୟମରେ ଟଙ୍କା ଦେଇ ଧାଡ଼ି ଭାଙ୍ଗି ଟ୍ରକ ଗୁଡିକୁ ଆଗକୁ ପଠାଉଥିବା ବେଳେ ପ୍ରତିଦିନ ରାସ୍ତା ଜାମ ହେଉଥିବା ଅଭିଯୋଗ ପରେ ଲକ୍ ଥାନା ଅଧିକାରୀ ଭାବଗ୍ରାହୀ ରାଉତ ଏବେ ଲକ୍ ଥାନା ଏରିଆ ରେ ଜୋରଦାର୍ ଚେକିଂ ଆରମ୍ଭ କରିଛନ୍ତି | ଯାହାକୁ ନେଇ ଜୋରିମାନା ଆଦାୟ , ଅମାନିଆ ଗାଡି କୁ କଳା ତାଲିକା ଭୁକ୍ତ କରିବା , ଦଲାଲ ଙ୍କୁ ଗିରଫ ଓ ମାମଲା ରୁଜୁ ଫଳରେ କିଛି ମାଲିକ ଓ ଡ୍ରାଇଭର ମାନେ ଉତକ୍ଷୀପ୍ତ ହୋଇ ପଡିଥିବା କୁହାଯାଉଛି | ଅନ୍ୟପଟେ ପୋଲିସ କୁ ଏହି ଘଟଣା ଉପରେ ଉକ୍ତ ଦୁଇ ଟ୍ରକ ମାଲିକ ମାନେ ଗତକାଲି କଣ ପାଇଁ ଟ୍ରକ୍ ଧାଡ଼ି ଭାଙ୍ଗି ଯାଉଚି କହିବାରୁ ଏଭଳି ଅନ୍ୟାୟ ଭାବେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଗଲା ବୋଲି ତାଙ୍କ ସମର୍ଥକ ମାନେ ପ୍ରକାଶ କରିଛନ୍ତି  | ସେ ଯାହା ହେଉ ଏବେ ଲକ୍ ଥାନା ଏରିଆ ରେ ଅମାନିଆ ଟ୍ରକ୍ ଡ୍ରାଇଭର ମାନଙ୍କୁ ସାବାଡ କରିବା ଆରମ୍ଭ କରୁଥିବା ବେଳେ ପ୍ରତିଦିନ କିଛି ନା କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଲୋକେ ଆଲୋଚନା କରୁଛନ୍ତି  |
Nalco
Leave A Reply