Odisha news

ଉତ୍ତରପ୍ରଦେଶରୁ ଫେରିଥିବା ଓଡିଶା ସୁପର-୭ କ୍ରିକେଟ ଟିମକୁ ବଡ଼ଚଣାରେ ସମ୍ବର୍ଦ୍ଧନା

0

ଚଣ୍ଡିଖୋଲ,୪/୩ : ଉତ୍ତରପ୍ରଦେଶର ରାମପୁର ଠାରେ ଆୟୋଜିତ ଆୟୋଜିତ ସୁପର-୭ କ୍ରିକେଟ ମ୍ୟାଚରେ ଓଡିଶା ଟିମରେ ଭାଗ ନେଇ ଉତ୍ତମ ଖେଳ ପ୍ରଦର୍ଶନ କରିଥ ଫେରିଥିବା ବଡ଼ଚଣା ଅଞ୍ଚଳର ୧୬ ବର୍ଷରୁ କମ ବୟସର ୧୨ ଜଣ କ୍ରିକେଟ ଖେଳାଳୀଙ୍କୁ ଶନିବାର ଦିନ ବଡ଼ଚଣାର ‘ଆଶାମଣି-ଦାଶରଥୀ ଫାଉଣ୍ଡେସନ’ ପକ୍ଷରୁ ପବିତ୍ର ପୌରାଣିକ ପୀଠ ବେଦୀହୁଡା ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା ! ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେନ୍ଦ୍ର ପ୍ରତାପଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଧନା ସଭାରେ ମୁଖ୍ୟଅତିଥି ଭାବେ ସରପଞ୍ଚ ରାଜଲକ୍ଷ୍ମୀ ମହାନ୍ତି, ମୁଖ୍ୟବକ୍ତାଭାବେ ସାମ୍ବାଦିକ ତଥା ସାହିତ୍ୟିକ ଭକ୍ତ ଚରଣ ସାହୁ, ସମ୍ମାନୀତ ଅତିଥି ଭାବେ କବି ପ୍ରମିଳା ପ୍ରତାପ,ସମିତି ସଭ୍ୟ ମଧୁସୂଦନ ବଳ,ପୂର୍ବତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ,ବନ୍ତଳା ସରପଞ୍ଚ ସମୀର ରାଉତ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରିବାସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ! ଏହି ଟିମରେ ବଡଚଣାରୁ ରୋହିତ ରଞ୍ଜନ ପୃଷ୍ଟି, ଅବିନାଶ ରାଉତ, ଶକ୍ତି ପ୍ରସାଦ ସେଠୀ, ସୌମ୍ୟଜିତ ବେହେରା, ଶୃତି ରଞ୍ଜନ ନାଥ, ରାଜୀବ ଲୋଚନ ସାହୁ, ଜୟପ୍ରକାଶ ଜେନା, ସମ୍ବିତ ସଙ୍କେତ ପୃଷ୍ଟି, ପ୍ରିୟଂଶୁ ପୃଷ୍ଟି, ଶୁଭମ ନାୟକ, ସୋମ ପ୍ରକାଶ ସାମଲ ଓ ଶୁଭମ ପ୍ରୀତି ରଞ୍ଜନ ନାୟକ ପ୍ରମୁଖ କନିଷ୍ଠ ବର୍ଗର ଖେଳାଳିଙ୍କୁ ମାନପତ୍ର ଓ ପଦକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା! ସୂଚନା ଯୋଗ୍ୟଯେ, ଗତ ଫେବୃଆରୀ ମାସରେ ଓଡିଶା ସୁପର ସେଭେନ କ୍ରିକେଟ ଅସୋସିଏସନର ସମ୍ପାଦକ ଦେବଦତ୍ତ ମହାପାତ୍ର, ସହ ସମ୍ପାଦକ ଇଂ ଭବାନୀ ପ୍ରସାଦ ବାରିକ ଓ କୋଚ୍ କାଶୀନାଥ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପରୋକ୍ତ ଖେଳାଳୀ ମାନେ ଉତ୍ତରପ୍ରଦେଶର ରାମପୁର ଠାରେ ଆୟୋଜିତ ଜାତୀୟ ସ୍ତରୀୟ କ୍ରିକେଟ ମ୍ୟାଚରେ ଅଶଗ୍ରହଣ କରିଥିଲେ ! ତେବେ ଶୃଙ୍ଖଳିତ ପରିଚାଳନା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଇଂ ଶ୍ରୀ ବାରିକଙ୍କୁ ସେଠାରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା !

Nalco
Leave A Reply