ପାରାଦୀପ୍ – ପାରାଦୀପ୍ ତୈଲ ବିଶୋଧନାଗାର ପଛରେ ଥିବା ଜଙ୍ଗଲ ଭିତରେ ଯୁବକଙ୍କ ମୃତ ଦେହ | ଦିର୍ଘ 4 ଦିନ ହେବ ଗଛ ରେ ଝୁଲୁଥିବା ମୃତ ଦେହ କୁ ଆଜି ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ପରେ ଅଭୟଚାନ୍ଦପୁର୍ ପୋଲିସ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି | ନିକଟସ୍ଥ ଗଡ଼କୁଜଙ୍ଗ ପଞ୍ଚାୟତ ର ନିର୍ମଳ ବେହେରା ନାମକ ଯୁବକ ଗତ ଦୁଇ ତାରିଖ ଦିନ ପାରାଦୀପ୍ କୁ ଏକ କମ୍ପାନୀ ରେ ନିଜର କାଗଜ ପତ୍ର କାମ କରିବା ନିମନ୍ତେ ଆସିଥିବା ବେଳେ ଆଉ ଘରକୁ ଫେରିନଥିଲେ | ପରିବାର ଓ ଗ୍ରାମବାସୀ ଅନେକ ଖୋଜାଖୋଜି କରିବାପରେ ନିର୍ମଳ ଙ୍କୁ ନପାଇବାରୁ ସ୍ତାନୀୟ ଅଭୟଚାନ୍ଦପୁର୍ ଥାନା ରେ ଲିଖିତ ଅଭିଯୋଗ କରିଥିଲେ | ଏହାପରେ ଗତ 3 ତାରିଖ ରେ ବିଶୋଧନାଗାର ପଛ ରାସ୍ତା ପାଖରେ ତାଙ୍କ ମୋଟରସାଇକଲ୍ ଥୁଆଯାଇଥିବା ସେ ଏକ ଗଛ ରେ ମୃତ୍ୟୁ ଅବସ୍ତାରେ ଝୁଲୁଥିବା ଦେଖିବାକୁ ପାଇଥିଲେ | ତାଙ୍କୁ କେହି ଯୋଜନାବଦ୍ଧ ଭାବେ କିଡନାପ କରି ହତ୍ୟା କରିବା ପରେ ପାଖ ଜଙ୍ଗଲ ରେ ଏକ ଗଛ ରେ ଝୁଲାଇ ଚାଲିଯାଇଛି ବୋଲି ପରିବାର ପକ୍ଷ୍ୟରୁ ଅଭିଯୋଗ ହୋଇଛି | ପୋଲିସ ସାଇଣ୍ଟିଫିକ୍ ଟିମ୍ ଦ୍ଵାରା ଅନୁସନ୍ଧାନ କରି ତଦନ୍ତ ଆରମ୍ଭ କରିଛି |
