ପାରାଦୀପ୍ – ଯତୀନ ଙ୍କୁ ନେଇ ପାରାଦୀପ୍ ରାଜନୀତି ରେ ଯାତ୍ରା ଆରମ୍ଭ | ଗତ କିଛି ଦିନ ତଳେ ଆଶା ଦିଦି ଙ୍କ ଗଣ ଦୁଷ୍କର୍ମ ଘଟଣା ର ମୁଖ୍ୟ ଅଭିଯୁକ୍ତ ଯତୀନ ଏବେ ବିଚାରବିଭାଗୀୟ ଜେଲ ହାଜତ ରେ ଥିବାବେଳେ ଯତୀନ ଙ୍କ ସହିତ ବାପି ସର୍ଖଲେ ଙ୍କ ଫଟୋ ଥିବା ଦେଖାଇ ପାରାଦୀପ୍ ବିଜେପି ଯୁବମୋର୍ଚ୍ଚା ପ୍ରଥମେ ସାମ୍ବାଦିକ ସମ୍ମିଳନୀ ଓ ଆଜି ରାସ୍ତା ରେ ବିକ୍ଷୋଭ କରିଥିବା ଦେଖାଯାଇଛି | ବାପି ପାରାଦୀପ୍ ରେ ଅପରାଧୀକ କାର୍ଯ୍ୟକଳାପ କରିବାକୁ ପ୍ରୋତ୍ସାହନ ଯୋଗାଉଥିବା ଓ ତାଙ୍କ ଛତ୍ରଛାୟା ତଳେ ରହି ଅନେକ୍ ଅସାମାଜିକ ଯୁବକ ପାରାଦୀପ୍ ରେ ଅପରାଧ ଘଟାଉଥିବା ଓ ଦୁଷ୍କର୍ମକାରୀ ଯତୀନ ତାଙ୍କ ପିଲା ହୋଇଥିବା ବେଳେ ସେ ଏହାରି ପଛରେ ରହି ସବୁ କରାଉଥିବା ବିଜେପି ଯୁବମୋର୍ଚ୍ଚା ଅଭିଯୋଗ କରିଛି | ଅନ୍ୟପଟେ ବାପି ଙ୍କ ଆମ ପାରାଦୀପ୍ ଆମ ପ୍ରଗତି ର ଯୁବ ମୋର୍ଚା ମଧ୍ଯ ଯତୀନ ଙ୍କ ସହ ବିଭିନ୍ନ ନେତା ଙ୍କ ଫଟ ଥିବା ଦେଖାଇ ସାମ୍ବାଦିକ ସମ୍ମିଳନୀ କରି ସାରିଛନ୍ତି | ବିଜେପି ନେତା ସମ୍ପଦ୍ ସ୍ୱାଇଁ ଅଯଥା ହୀନ ରାଜନୀତି କରୁଥିବା ବାପି ଙ୍କ ସମର୍ଥକ କହୁଥିବା ବେଳେ ବାପି ଙ୍କ ଛତ୍ରଛାୟା ତଳେ ରହି ଅନେକ ଅପରାଧିକ ପିଲା ଚୋରି ଡକାୟତି ରାହାଜାନି ଓ ଗଣ ଦୁଷ୍କର୍ମ ଭଳି ଘଟଣା ଘଟାଉଛନ୍ତି | ତେଣୁ ବାପି ଙ୍କୁ ତଦନ୍ତ ପରିସରଭୃକ୍ତ କରିବାକୁ ପାରାଦୀପ୍ ବିଜେପି ଯୁବମୋର୍ଚ୍ଚା ର କର୍ମୀ ମାନେ ଆଜି ପୋଲିସ କୁ ଜିଲ୍ଲାପାଳ ଓ ଏସ୍ପି ଙ୍କ ଉଦ୍ଦେଷ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିବା ଦେଖାଯାଇଛି | ଦୁଷ୍କର୍ମ ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯତୀନ ଜେଲ ର ଚାରି କାନ୍ଥ ମଧ୍ୟରେ ଥିବା ବେଳେ ପାରାଦୀପ୍ ରାଜନୀତି ତାପାଇଁ ଏବେ ପଡୁଚି ଉଠୁଚି |
