Odisha news

ମଳିପଡା ରେ ଆଜି ଦୁଇ ଯୁବକଙ୍କ ଆତ୍ମହତ୍ୟା

0

ନିରାକାରପୁର, ୧୩/୯: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ମଳିପଡା ଗ୍ରାମରେ ଦୁଇ ଦୁଇ ଜଣ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଗତକାଲି ରାତିରେ ମଳିପଡା କେଉଟ ସାହିର ବୈକୁଣ୍ଠ ବେହେରା କୌଣସି କାରଣରୁ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କର ଦୁଇଟି ପୁତ୍ର ସନ୍ତାନ ରହିଥିବା ଜଣାପଡ଼ିଛି। ସେହି ପରି ଦଳେଇ ସାହିର ଜୀବନ ଭୁଜବଳ  ଦିନ ୧୧ ଟା ସମୟ ରେ ନିକଟସ୍ଥ ବଗିଚାରେ ଏକ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ର ଜଣାପଡିଛି। ଜୀବନର ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି। ଉଭୟ      ଆତ୍ମହତ୍ୟା ଘଟଣା ପାରିବାରିକ କଲହରୁ ହୋଇଥିବା ଶୁଣିବାକୁ ମିଳୁଛି।

Nalco
Leave A Reply