Odisha news

ଆର୍ସେଲର ମିତ୍ତଲ ପକ୍ଷ୍ୟରୁ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

0

ପାରାଦୀପ୍ – ଆର୍ସେଲର ମିତ୍ତଲ କମ୍ପାନୀ ପକ୍ଷ୍ୟରୁ ଆରମ୍ଭ ହେଲା ସ୍କିଲ ଡେଭଲପମେଣ୍ଟ କାର୍ଯ୍ୟକ୍ରମ  | ସ୍ତାନୀୟ ଗଡ଼ ବଜାର ନିକଟରେ ଆଜି ଆନୁଷ୍ଠାନିକ ଭାବେ କମ୍ପାନୀ ର ମୁଖ୍ୟ ସୁରେଶସା ଜି ଓ ଜିଲ୍ଲା କର୍ମନିଯୁକ୍ତି ପ୍ରବନ୍ଧକ ତପନ ରଞ୍ଜନ ସ୍ୱାଇଁ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲା ବେଳେ ଏଥିରେ 200 ଜଣ ଯୁବକ ଯୁବତୀ ଙ୍କୁ ଦୁଇ ମାସ ଧରି ତାଲିମ୍ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି  | ଏହି କାର୍ଯ୍ୟକ୍ରମ ରେ ପାରାଦୀପ୍ ଗଡ଼ , ଭୂତମୁଣ୍ଡାଇ ଓ ନୂଆଗଡ଼ ର ସରପଞ୍ଚ ମଧ୍ଯ ଯୋଗ ଦେଇଥିଲେ | ଦାରିଦ୍ର୍ୟ ଅନଗ୍ରସର ପିଲା ମାନେ ଏହି ତାଲିମ୍ ରେ ଅଂଶ ଗ୍ରହଣ କରି ଆଗକୁ ନିଯୁକ୍ତି ସୁଯୋଗ ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି  | କମ୍ପାନୀ ଆଗକୁ ନିଜର ସମ୍ପ୍ରସାରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଥିବା ବେଳେ ସ୍ତାନୀୟ ଅଞ୍ଚଳ ରେ ନିଯୁକ୍ତି ସ୍ରୁଷ୍ଟି କରିବା ଲକ୍ଷ୍ୟ ନେଇ ଗରିବ ଯୁବକ ଯୁବତୀ ମାନଙ୍କୁ ଏହି ପ୍ରଶିକ୍ଷଣ ଦେଇ ଆଗକୁ ନିଯୁକ୍ତି ସ୍ରୁଷ୍ଟି କରାଇବାକୁ ଥିବାବେଳେ ଏହି କାର୍ଯ୍ୟକ୍ରମ ରେ ସେମାନଙ୍କ ର ଦକ୍ଷତା ବିକାଶ ଉପରେ ଗୁରୁତ୍ଵ ଦେଉଥିବା କୁହଯାଉଛି |

Nalco
Leave A Reply