Odisha news

ପ୍ରୀତମ ନିଖୋଜ ଘଟଣା , ଥାନା ଆଗରେ ଧାରଣା

0

ପାରାଦୀପ୍ – ଚାରିଦିନ ହେବ ମିଳି ପାରିନାହିଁ ପ୍ରୀତମ ର ସନ୍ଧାନ | ଚାରିଦିନ ତଳେ ପାରାଦୀପ୍ ମଧୁବନ ଅଞ୍ଚଳ ର ପ୍ରୀତମ ଦାସ ଙ୍କର ସମୁଦ୍ର କୂଳ ରୁ ପ୍ୟାଣ୍ଟ ସାର୍ଟ ସାଇକେଲ ଓ ଜୋତା ମିଳିବା ପରେ ତାଙ୍କୁ ବହୁତ ଖୋଜାଖୋଜି ଚାଲିଥିଲା | କିନ୍ତୁ ତାଙ୍କର କୌଣଷି ସନ୍ଧାନ ନ ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ମଧ୍ଯ ଆସି ଖୋଜିଥିଲା  | କୌଣଷି ସନ୍ଧାନ ନ ମିଳିବା ପରେ ଆଜି ପ୍ରୀତମ ର ସାହି ପଡ଼ିଶା ଓ ପରିବାର ଲୋକ ସ୍ତାନୀୟ ଜଟାଧାରୀ ଥାନା ଆଗରେ ଧାରଣା ରେ ବସିଛନ୍ତି  | ପୁଅ ପ୍ରୀତମ ର ସନ୍ଧାନ ପାଇଁ ସେମାନେ ଦାବି କରିଛନ୍ତି  | ତେବେ ପୋଲିସ ପ୍ରୀତମ ସମୁଦ୍ର ରେ ଗାଧୋଇବା ସମୟ ରେ ନିଖୋଜ ହୋଇଥିବା ସନ୍ଦେହ କରୁଥିବା ବେଳେ ଚାରିଦିନ ପରେ ମଧ୍ଯ ପ୍ରୀତମ ର ସନ୍ଧାନ ନ ମିଳିବା ଫଳରେ ପରିବାର ପକ୍ଷ୍ୟରୁ ତାଙ୍କୁ କେହି ଅପହରଣ କରି ଥାଇ ପାରେ ବୋଲି ସନ୍ଦେହ କରାଯାଉଛି  | ସମୁଦ୍ର ରେ ବୁଡି ଯାଉଥିବା ପିଲା ଙ୍କର 24 ଘଣ୍ଟା ପରେ ତାଙ୍କର ମୃତ ଦେହ ମିଳିଯାଏ  ¦ କିନ୍ତୁ ପ୍ରୀତମ ଯଦି ସମୁଦ୍ର ରେ ବୁଡି ଯାଇଛନ୍ତି ତେବେ ତାଙ୍କର ମୃତ ଦେହ କିଭଳି ଏତେ ଖୋଜାଖୋଜି କରିବା ପରେ ମିଳିନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି  | ପ୍ରୀତମ ସହ ଯାଇଥିବା ସାଙ୍ଗ ମାନେ ପ୍ରୀତମ ପାଣି ଭିତରକୁ ଯାଇଥିବା ଦେଖିନଥିବା କହୁଥିବା ବେଳେ ପ୍ରୀତମ ତେବେ ଗଲେ କୁଆଡେ ବୋଲି ତାଙ୍କ ପରିବାର ପ୍ରଶ୍ନ କରିଛନ୍ତି

Nalco
Leave A Reply