Odisha news

ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଦାବିପତ୍ର ଦେବା ସହ ଏମକେସିଜି ସମସ୍ୟା ବିଷୟରେ ଆଲୋଚନା କଲେ ସାମ୍ବାଦିକ

0

ବ୍ରହ୍ମପୁର ଏମକେସିଜି ମେଡିକାଲର ସମସ୍ୟାକୁ ନେଇ ସାମ୍ବାଦିକ ମାନଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣାର ଦ୍ୱିତୀୟ ଦିନରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଭେଟିଛନ୍ତି । ଏମକେସିଜି ସ୍ୱାସ୍ଥ୍ୟ ବିକାଶ ସମିତିର ଅଧକ୍ଷ ଖୋଦ ଆରଡିସି ରହିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟ ଚାରୋଟି ସମସ୍ୟା କିପରି ସମାଧାନ ହେବ ସେ ନେଇ ଆଲୋଚନା କରିଥିଲେ । ଡାକ୍ତର ନିଯୁକ୍ତି ସହିତ କାଜୁଆଲଟିରେ ଅଭିଙ୍ଗ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀ କିପରି ଅସୁବିଧାର ସମ୍ମୁଖିନ ହେଉଛନ୍ତି ତାହା ଉପରେ ଅବଗତ କରାଇଥିଲେ । ସେହିପରି ଦକ୍ଷିଣ ଓଡିଶାର ୧୦ରୁ ଉର୍ଦ୍ଧ ଜିଲ୍ଲାର ରୋଗୀଙ୍କ ପାଇଁ ବର୍ଣ୍ଣ କେୟାର ୟୁନିଟ ନିହାତି ଆବଶ୍ୟକ ରହିଥିବା ବେଳେ ତାହା କିପରି ସ୍ଥାପନ ହେବ ସେନେଇ ମଧ୍ୟ ଆଲୋଚନା କରିଥିଲେ ଗଣମାଧ୍ୟମ ପ୍ରତିନିଧି । ପରି ଶେଷରେ ଏହି ସମ୍ବଦ୍ଧରେ ଚାରିଦଫା ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ।

Nalco
Leave A Reply