Odisha news

ପାରାଦୀପ ବନ୍ଦରର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟ ୩ ହଜାର କୋଟି ଟଙ୍କା ମଂଜୁର

0

ନୂଆଦିଲ୍ଲୀ: ପାରାଦୀପ ବନ୍ଦରକୁ ବିଶ୍ଵସ୍ତରୀୟ କରିବାକୁ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଇଛି। ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ଵସ୍ତରୀୟ ପାଇଁ  ୩ ହଜାର କୋଟି ଖର୍ଚ୍ଚ ହେବ। ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ପାରାଦୀପ ବନ୍ଦରକୁ ବିଶ୍ବସ୍ତରୀୟ କରିବାକୁ ନିଷ୍ପତ୍ତି ନିଆଯିବା ସହ ୩ ୩ ହଜାର କୋଟି ମଞ୍ଜୁରୀ କରାଯାଇଛି।

ପାରାଦୀପ ବନ୍ଦରରୁ ବିଶ୍ଵସ୍ତରୀୟ କରିବାକୁ ୱେଷ୍ଟର୍ଣ୍ଣ ଡକ ନିର୍ମାଣ କରାଯିବ । ପିପିପି ମୋଡରେ ଏହି ୱେଷ୍ଟର୍ଣ୍ଣ ଡକ ନିର୍ମାଣ କରାଯିବ। ବନ୍ଦରର ବିକାଶ ସହ ଆଭ୍ୟନ୍ତରୀଣ ସୁବିଧା ଉପରେ ବିଶେଷ ଧ୍ୟାନ ଦିଆଯିବ। ବନ୍ଦର ବିକାଶ ପାଇଁ ବଡ଼ ଜାହାଜ ଆସିବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ୱେଷ୍ଟର୍ଣ୍ଣ ଡକ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିଆ ସୂଚନା ଦେଇଛନ୍ତି।

ଏଥିସହିତ ବିଲ୍ଡ, ଅପରେଟ୍ ଏବଂ ଟ୍ରାନ୍ସଫର ଆଧାରରେ ପାରାଦୀପ ବନ୍ଦର ନବୀକରଣ ହେବ। ଏହାପରେ ବନ୍ଦରକୁ ବଡ଼ ଜାହାଜ ଆସିପାରିବ । ଏହି ପ୍ରକଳ୍ପ ପାଇଁ ୩୦୦୪ କୋଟି ୬୩ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁରୀ ହୋଇଛି। କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

Nalco
Leave A Reply