ପାରାଦୀପ-ଏରସମା ଶିଳ୍ପାଂଚଳ ଶ୍ରମିକ ସଂଗଠନ ଛାଡ଼ି ପାରାଦୀପ ପୋର୍ଟ ମଜଦୁର ସଂଘରେ ଯୋଗ ଦେଇଛନ୍ତି ପୂର୍ବତନ ଲେବର ଟ୍ରଷ୍ଟି ପରେଶ ମୁର୍ମୁ । ତାଙ୍କ ସହ ପାରାଦୀପ ବନ୍ଦର ସ୍ଥାୟୀ କର୍ମଚାରୀ ମଧ୍ୟ ଅନେକ ସଂଖ୍ୟାରେ ଏହି ସଂଘର ମୁଖ୍ୟ ଉପଦେଷ୍ଟା ସମ୍ପଦ ସ୍ୱାଇଁଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସ୍ଥାୟୀ କର୍ମଚାରୀ ଭାବେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି । ଏହି ଅବସରରେ ସଂଘ ମୁଖ୍ୟ ଉପଦେଷ୍ଟା ସମ୍ପଦ କହିଛନ୍ତି ଯେ, ପାରାଦୀପ ବନ୍ଦର ଉପରେ ନିର୍ଭର କରି ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ଲୋକ ରୋଜଗାରକ୍ଷମ ହୋଇପାରିଛନ୍ତି । ତେଣୁ ଏହି ବୃହତ ବନ୍ଦର ସହ ଲୋକଙ୍କ ପେଟପାଟଣା ଯୋଡ଼ି ହୋଇ ରହିଛି ।
ପାରାଦୀପ ବନ୍ଦରକୁ ଦୁର୍ନୀତମୁକ୍ତ କରିବା ପାଇଁ ଅଭିଯାନ ଆଗକୁ ଜାରି ରହିବ । ଯେହେତୁ ସ୍ଥାୟୀ କର୍ମଚାରୀ ଏହି ସଂଘରେ ଯୋଗ ଦେଇଛନ୍ତି, ସେଥିପାଇଁ ସଂଘ ଆହୁରି ଦୃଢ଼ ହୋଇଛି । ଏହାସହ ସମ୍ପଦ ଜଣେ ନିର୍ଦ୍ଦିଷ୍ଟ ଶ୍ରମିକ ନେତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବାହାରୁ ଆସି ପାରାଦୀପରେ ନିଜକୁ ଶ୍ରମିକ ନେତା ବୋଲାଉଥିବା ଲୋକ ସତର୍କ ହୋଇଯିବା ଆବଶ୍ୟକ । ସେହିମାନେ ହିଁ ପାରାଦୀପକୁ ଲୁଣ୍ଠନ କରିବା ପାଇଁ ଛଦ୍ମବେଶ ଧାରଣ କରିଛନ୍ତି । ବଡ ବଡ ଶିଳ୍ପପତିଙ୍କୁ ଖୁସି କରିବା ପାଇଁ ଯେଉଁମାନେ ହତ୍ୟା ଭଳି ଜଘନ୍ୟ ଷଡଯନ୍ତ୍ର କରିପାରନ୍ତି, ସେଭଳି ବ୍ୟକ୍ତିମାନେ କେବେ ମଧ୍ୟ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଲଢେଇ କରିପାରିବେ ନାହିଁ ।
ଆଜିର ଏହି ବୈଠକରେ ପୂର୍ବତନ ଲେବର ଟ୍ରଷ୍ଟି ପରେଶ ମୁର୍ମୁ ନିଜ ଅଭିଭାଷଣରେ କହିଲେ ଯେ, ଏଠାରେ ସେ ରଜାନୀତି କରିବା ପାଇଁ ଆସିନାହାନ୍ତି କି ତାଙ୍କର ସେଭଳି କିଛ ଲକ୍ଷ୍ୟ ନାହିଁ । ବନ୍ଦରର ବିିକାଶ ଏବଂ ବନ୍ଦର କର୍ମଚାରୀଙ୍କ ଉନ୍ନତି । ତାସହିତ ଡିଏଲ୍ଆର୍ ଏବଂ ବନ୍ଦର ଭିତରେ ଠିକାରେ କାମ କରୁଥିବା କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବା । ଯେହେତୁ ସଂଘର ଉପଦେଷ୍ଟା ସମ୍ପଦଙ୍କ ଭଳି ଜଣେ ଯୁବ ନେତା ଅଛନ୍ତି, ସେଥିପାଇଁ ଆଗାମୀ ଦିନରେ ପାରାଦୀପ ପୋର୍ଟର ବିକାଶ ପଥରେ ଅଧିକ ସମସ୍ୟାର ସମ୍ୁଖୀନ ହେବାକୁ ପଡିବ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ସଂଘ ସାଧାରଣ ସଂପାଦକ ଅରୁଣ କୁମାର ସ୍ୱାଇଁ, ବନ୍ଦର କର୍ମଚାରୀ ହଟ କିଶୋର ସେଠୀଙ୍କ ସହ ଅନେକ ବନ୍ଦର କର୍ମଚାରୀ ଏବଂ ମଜଦୁର ସଂଘର କର୍ମକର୍ତା ଉପସ୍ଥିତ ଥିଲେ ।
