Odisha news

ସଂପୁର ଗଡରେ ନୁଆଁଖାଇ ଭେଟଘାଟ ପର୍ବ

0

ବୋଲଗଡ : ବୋଲଗଡ ବ୍ଲକ ଖଙ୍ଗୁରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂପୁର ଗ୍ରାମରେ ନୁଆଁଖାଇ ପର୍ବ ରବିବାର କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏହା ଏକ କୃଷିଭିତିକ ପର୍ବ ଭାବେ ରାଜ୍ୟର ପଶ୍ଚିମାଞ୍ଚଳରେ ସୁପରିଚିତ । ଏହି ଅବସରରେ  ସଂପୁର ଗ୍ରାମର ଅଧିବାସୀମାନେ ନବ ବସ୍ତ୍ର ପରିଧାନ କରି ନୁଆଁଖାଇ ଭେଟଘାଟ ତଥା ଗଣପର୍ବକୁ ମହା ଆନନ୍ଦ ଉଲ୍ଲାସରେ ବହୁବର୍ଷ ଧରି ପାଳନ କରି ଆସୁଛନ୍ତି ।

ସୂଚନା ଥାଉକି ବୋଲଗଡ ସଲଗ୍ନ ପାଞ୍ଚଗଡ ମଧ୍ୟରୁ ସଂପୁର ଏକ ଅନ୍ୟତମ ଗଡଭାବେ ଅଞ୍ଚଳରେ ପରିଚିତ । ଓଡିଶାର ପଶ୍ଚିମାଞ୍ଚଳରେ ଏହିପର୍ବକୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ଧୁମଧାମରେ ପାଳନ କରାଯାଉଥିବାବେଳେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ସଂପୁର ଗ୍ରାମରେ ଅନୁରୁପ ଭାବେ ଏହି ପର୍ବ ,ଗଣପର୍ବର ଭୂମିକା ନେଇ ବହୁ ବର୍ଷ ପୂର୍ବରୁ ଅନୁଷ୍ଠିତ ହୋଇଆସୁଅଛି । ଏହି ପର୍ବ ସଂପୁରଗଡ ବ୍ୟତୀତ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳେନାହିଁ । ସଂପୁରଗଡର ଆରାଧ୍ୟ ଦେବତା ବାଲୁଙ୍କେଶ୍ୱର ଓ ଜଗନ୍ନାଥଙ୍କ ନିକଟରେ ନୁଆ ଚାଉଳରେ ଅନ୍ନ, ଡାଲି,ତରକାରୀ,ଶାଗ ,ଖଟା ସହିତ କ୍ଷୀରି ,ଖେଚୁଡି ଆଦି ଭୋଗଲାଗି କରାଯାଇଥାଏ ।

ଏହି ସମୟରେ ଠାକୁରଙ୍କ ମନ୍ଦିର ପରିସରରୁ ଘଣ୍ଟନାଦ କରାଯାଏ । ଏହି ଘଣ୍ଟନାଦ ଶୁଣିବା କ୍ଷଣୀ ଗ୍ରାମର ସମସ୍ତ ପରିବାରର ମୁଖ୍ୟ ନବ ବସ୍ତ୍ର ପରିଧାନ କରି ନୁଆ ଚୁଡା ଆଣି ଭୋଗଲାଗି କରିବାର ବହୁ ବର୍ଷ ପୂର୍ବରୁ ପରମ୍ପରା ସୃଷ୍ଟି କରିଅଛି । ଐତିହାସିକ ଗବେଷଣାରୁ ଜଣାପଡିଛି ଖୋର୍ଦ୍ଧାଗଡର ରାଜପୁତ୍ରୀ ‘ମୁକ୍ତା ଦେଇ’ ସମ୍ବଲପୁର ରାଜପୁତ୍ର ‘ଜୟନ୍ତ ସିଂହ’ଙ୍କୁ ବିବାହ ସମୟେ ନିଜ ପିତା ଖୋର୍ଦ୍ଧାଗଡର ତତ୍କାଳୀନ ରାଜା ପାଞ୍ଚଗଡ ମଧ୍ୟରୁ ସଂପୁର ଗଡକୁ ଯୈ÷ାତୁକ ସ୍ୱରୁପ କନ୍ୟାଙ୍କୁ ଦେଇଥିଲେ ।

ବିବାହ ପରେ ରାଣୀ ମୁକ୍ତାଦେଇ ୧୮୦୫ମସିହା ଠାରୁ ସଂପୁରଗଡଠାରେ ଏକ ଗଡନିର୍ମାଣ କରି ସେଠାରେ ବେଳେ ବେଳେ ଅବସ୍ଥାପନ କରୁଥିବାର ତାଳପୋଥିରୁ ଜଣାଯାଏ । ରାଣୀଙ୍କ ଅବସ୍ଥାନ ସମୟ ପରଠାରୁ ନୁଆଁଖାଇ ପର୍ବକୁ ଗଣପର୍ବ ଭାବେ ସଂପୁର ଗଡରେ ପାଳିତ ହୋଇ ଆସୁଥିବାର ଗ୍ରାମବାସୀଙ୍କ ଠାରୁ ଶୁଣୀବାକୁ ମିଳୁଛି । ପଶ୍ଚିମ ଓଡିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ମଧ୍ୟ ସମ୍ବଲପୁରର ରାଣୀ ମୁକ୍ତାଦେଇଙ୍କୁ ମନେରଖିବା ଉଦ୍ୟେସରେ ଏହାକୁ ସଂପୁରଗଡ ଅଧିବାସୀମାନେ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ କରୋନା ମହାମାରି ହେତୁ ସାମାଜିକ ଦୁରତା ରକ୍ଷାକରି ଗଣପର୍ବ ପାଳନ କରିଥିବାର ଦେଖିବାକୁ ମିଳିଛି ।

Leave A Reply