Odisha news

ଦୁତୀଚାନ୍ଦଙ୍କୁ ଅର୍ଜୁନ ସମ୍ମାନ ମିଳିଥିବାରୁ ନିଜ ଜନ୍ମମାଟି ଗର୍ବିତ

0

କୁଆଖିଆ :  ରସୁଲପୁର ବ୍ଳକ ଅନ୍ତର୍ଗତ ପ୍ରଥମାଖଣ୍ଡ ପଂଚାୟତ ଚକଗୋପାଳପୁର ଗ୍ରାମର ଦୌଡରାଣୀ ଦୁତୀଚାନ୍ଦଙ୍କୁ ଅର୍ଜୁନ ପୁରସ୍କାର ମିଳିଥିବାରୁ ତାଙ୍କ ଜନ୍ମ ମାଟିରେ ଆନନ୍ଦର ଲହରୀ ଷେଳିଯାଇଛି । ଦୁତୀଚାନ୍ଦଙ୍କ ପାଇଁ ରସୁଲପୁର ବ୍ଲକ ଚକ ଗୋପାଳପୁର ଗାଁ ଆଜି ବିଶ୍ୱଦରବାରରେ ପରିଚିତ ହୋଇଛି । ଗୋଟିଏ ପରେ ଗୋଟିଏ ସଫଳତା ସ୍ୱର୍ଣ୍ଣ ପଦକ ପରେ ପଦକ ଲାଭକରିଥିବାରୁ ଛୋଟିଆ ଗାଁର ସବୁ ଜନଗଣଙ୍କ ମନରେ ଆନନ୍ଦ ।

ଏହି ଅବସରରେ  ଶିକ୍ଷାବିତ  ତଥା ପଂଚାୟତ ସଭାପତି ସନାତନ ବାରିକ,ସମାଜସେବି ଚିନ୍ତାମଣୀ ରାଉତ,ଜିଲ୍ଲା ଯୁବ ବିଜେଡି ସମ୍ପାଦକ ନରେଶ ଚନ୍ଦ୍ର ମହାନ୍ତି,ସମିତି ସଭ୍ୟା ସରୋଜିନି ପଲେଇ,ନାଏବ ସରପଂଚ ନିରୁପମା ସାହୁ,ସମବାୟବିତ ନରେନ୍ଦ୍ର କୁମାର ବେହେରା ,ଅନନ୍ତ ଚରଣ ଦାସ,ବେଣୁଧର ଦାସ,ଅମୁଲ୍ୟ ଚାନ୍ଦ,ଲୁଲେନ୍ଦୁ ବେହେରା,ଅଶୋକ ଗୁଇଁ ପ୍ରମୁଖ ଦୌଡରାଣୀ ଦୁତୀଚାନ୍ଦଙ୍କୁ ପ୍ରଥମା ଖଣ୍ଡି ପକ୍ଷରୁ ଅଭିନନ୍ଦନ ଜଣାଇ ଉତରୋତର ଉନ୍ନତି କାମନା କରିଛନ୍ତି ।

Leave A Reply