ପାରାଦୀପ : ଜଗତସିଂହପୁର ଜିଲ୍ଲା ସାରଳା ମଣ୍ଡଳ ବାଲିକୁଦା କୈବର୍ତ୍ତ ସଂଘର ବ୍ଳକ ସ୍ତରୀୟ କୈବର୍ତ୍ତ ସମାବେଶ ବାଲିପାଟଣା ମେଳନ ପଡିଆ ଠାରେ ଗତ ରବିବାର ଶେଷ ହୋଇଥିବା ବେଳେ ଆଜି ଏରସମା ବ୍ଲକ ପଦ୍ମପୁର କେନ୍ଦୁ ମଠ ଠାରେ ଆଉ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି | ବ୍ଳକ ସଭାପତି କାଳନ୍ଦି ବେହେରା ଙ୍କ ଆବହନରେ ଅନୁଷ୍ଠିତ ଏହି ସମାବେଶ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ତଥା ରାଜ୍ଯ ନିଖିଳ ଓଡିଶା କୈବର୍ତ୍ତ ସଂଘ ର ରାଜ୍ଯ ସାଙ୍ଗଠନିକ ସମ୍ପାଦକ ପ୍ରହଲ୍ଲାଦ ବେହେରା , ମୁଖ୍ୟ ବକ୍ତା ପ୍ରସନ୍ନ କୁମାର ବେହେରା , ଦିଲ୍ଲୀପ କୁମାର ବେହେରା , ଅକ୍ଷୟ କୁମାର ବେହେରା, ଅମର କୁମାର ଦାସ , ମନୋରଞ୍ଜନ ଦଳାଇ, , ବଂଶୀଧର ଦାସ, ମିହିର ବେହେରା, ବ୍ଲକ ମୁଖ୍ୟ ଉପଦେଷ୍ଟା ବିଜୟ ଖଟୁଆ ଓ ଆୟୋଜକ ପ୍ରକାଶ ବେହେରା ପ୍ରମୂଖ ଯୋଗ ଦେଇ ଆଗାମୀ ଦିନରେ ଜିଲ୍ଲାର ପ୍ରତି ବ୍ଳକ ରେ ସମାବେଶ ହେବା ସହ ସରକାରଙ୍କ ପାଖରେ ଜାତି ର ଅନେକ ମୌଳିକ ସମସ୍ୟା ଦାବି ରଖାଯିବ ବୋଲି ପ୍ରକାଶ କରିଥିଲେ | ବିଶେଷକରି ଜଟାଧାରୀ ମୁହାଣ ମୁହଁ ପୋତି ଯିବାରୁ ସାମୁଦ୍ରିକ ଜୁଆର ଓ ବିଭିନ୍ନ ପ୍ରଜାତିର ମାଛ ସମୂହ ନଦୀକୁ ଆସୁ ନଥିବା , ସାହାରା ପେଣ୍ଠ ମତ୍ସ୍ୟଡିଆ କୁଜଙ୍ଗ ଏରସମା ମାର୍ଶାଘାଇ ଓ ମହାକାଳପଡା ତହସିଲ କୁ ନେଇ ଗଠିତ ହୋଇଥିବା ବେଳେ ଏଠାରେ ଅନେକ ବ୍ୟକ୍ତି ବିଶେଷ ମାନେ ନଦୀ ସୈରାତ କୁ ନେଇ ଥିବା ବେଳେ ସ୍ତାନୀୟ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି କୁ ଏହା ଯୋଗାଇ ଦେବା , ଏରସମା ଠାରେ ବ୍ଳକ ସ୍ତରୀୟ କୈବର୍ତ୍ତ ସଭାଗୃହ ସ୍ଥାପନ , ପଦ୍ମପୁର ବାଲିତୁଠ ଗୋଡା ଓ କୁଞ୍ଜକୋଠି ଠାରେ ହାଇଜିନିକ୍ ମାଛ ସୁପର ମାର୍କେଟ ନିର୍ମାଣ, ଜଟାଧାରୀ ମୁହାଣ ଓ ଏହାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଘଡଘଡି ସମୟରେ ମତ୍ସ୍ୟଜୀବୀ ମାନେ ମାଛ ଧରିବା ସମୟରେ ବିପଦର ସମୂଖୀନ ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ବିପଦ କାଳୀନ ଆଶ୍ରୟ ସ୍ତଳ ନିର୍ମାଣ ଆଦି ଦାବି ନେଇ ଉପସ୍ଥିତ ସମସ୍ତ କୈବର୍ତ୍ତ ଭାଇ ମାନଙ୍କ ସହ ଆଲୋଚନା ପରେ ଏହା ଆଗାମୀ ଦିନରେ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆଜିକାର ସମାବେଶ ରେ ସ୍ଥିର କରାଯାଇଛି ବୋଲି ଜଣାପଡ଼ଛି | ଆଜି ଏରସମା ବ୍ଳକ ର ପ୍ରତି ଗ୍ରାମରେ ଥିବା କୈବର୍ତ୍ତ ସମାଜ ର ଶହ ଶହ ଜାତି ଭାଇ ଏହି ସମାବେଶ ରେ ଯୋଗଦେଇ ନିଜର ମତ ଉପସ୍ଥାପନ କରିଥିଲେ | ସଭାପତି ପ୍ରହଲ୍ଲାଦ ବେହେରା ଆଗାମୀ ଦିନରେ ସରକାରଙ୍କ ସହ ଆଲୋଚନା କରି ସମସ୍ତ ଜାତି ଭାଇ ମାନଙ୍କ ସମସ୍ୟା ର୍ ସରଳ ସମାଧାନ ଦିଗରେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଆସନ୍ତା ସମାବେଶ କୁଜଙ୍ଗ ରେ 11 ତାରିଖ ରେ ଅନୁଷ୍ଠିତ ହେବାକୁ ଆପତତଃ ସ୍ଥିର ହୋଇଥିବା ଜଣାପଡିଛି | ଜିଲ୍ଲାରେ ହଠାତ କୈବର୍ତ୍ତ ଭାଇ ମାନେ ପ୍ରତି ବ୍ଲକ ସ୍ତରରେ କିଛି ଦିନ ଅନ୍ତରରେ ଏକତ୍ରୀତ ହେଉଥିବା ବେଳେ ଏହା ସମସ୍ତଙ୍କୁ ଚକିତ କରିଛି |