ମାସେ ବାରଦିନ ପୁରିଲା , ଖୋଲି ପାରୁନି କୋକେନ ଖିଅ : ଜାହାଜ ଜବତ କରି ଚୁପ ବସିଛି କଷ୍ଟମ ବିଭାଗ ?..
କ୍ରିୟୁ ମେମ୍ବର କୁ ନେଇ ମୁହଁ ଖୋଲୁ ନାହାନ୍ତି କେହି ଜାହାଜ କୁ ଖସାଇବାକୁ ଆରମ୍ଭ ହେଲାଣି ପ୍ରକ୍ରିୟା
ପାରାଦୀପ : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ପିଆଇସିଟି ବର୍ଥ ରେ ଏମଭି ଦେବୀ ଭେସେଲ ରୁ ଜବତ ହୋଇଥିବା 220 କୋଟି ଟଙ୍କାର କୋକେନ କୁ ଏହାରି ଭିତରେ ବିତି ସାରିଲାଣି ମାସେ ବାରଦିନ |ଗତ ଡିସେମ୍ବର 1 ତାରିଖ ରାତ୍ରି ରେ ଜାହାଜ ଭିତରେ ଥିବା କ୍ରେନ ଚାମ୍ବର ରୁମ ଉପର ଭାଗରେ ଚୁମ୍ବକ ସାହାଯ୍ୟରେ କୋକେନ ଅଣାଯାଇଥିବା ବେଳେ ଏହାକୁ ଦୈବାତ ଜଣେ କ୍ରେନ ଚାଳକ ଙ୍କ ଆଖିରେ ପଡିବାରୁ ପ୍ରଥମେ ପୋଲିସ ଓ ପରେ କଷ୍ଟମ ବିଭାଗ ଙ୍କୁ ଖବର ଦିଆଯାଇଥିଲା | କଷ୍ଟମ ବିଭାଗ , ଦିଲ୍ଲୀ ର ଏନସିବି ( ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ) ଓ ସନ୍ଧାନୀ କୁକୁର ଏବଂ ସ୍କୁଭା ଡ୍ରାଇଭର ଙ୍କ ଦ୍ଵାରା ତଦନ୍ତ କରାଯାଇଥିବା ବେଳେ ଭେସେଲ ର ସମସ୍ତ କ୍ରିୟୁ ସଦସ୍ୟ ଭିଏତନାମ ର ନାଗରିକ କାରଣରୁ ଭିଏତନାମ ଅନୁବାଦକ ଙ୍କ ସାହାଯ୍ଯ ମଧ୍ଯ ନିଆଗଲା | କୁଜଙ୍ଗ ଏନଡିପିସି କୋର୍ଟ ରେ ଏହି ମାମଲା ପହଂଚି ସାମ୍ପଲ ସଂଗ୍ରହ ପରେ ପରୀକ୍ଷା ପାଇଁ ବୃହତ ପରୀକ୍ଷାଗାର କୁ ମଧ୍ଯ ଗଲା | କିନ୍ତୁ କୋକେନ କିଏ ଭେସେଲ କୁ ଆଣିଲା ଓ କୁଆଡେ ନେଇ ଯାଉଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରୁନି କଷ୍ଟମ ବିଭାଗ | ବିଭାଗ ର ଯାହାକୁ ପଚାରିବ କେବଳ ଉତ୍ତର ଆସୁଚି ଚାଲିଛି ତଦନ୍ତ | ଏହାରି ଭିତରେ ଭେସେଲ କୁ ଜବତ କରାଯାଇଥିଲା ବେଳେ ପିଆଇସିଟି ବର୍ଥ ରେ ଭଡା ବାବଦକୁ 14 କୋଟି ଟଙ୍କା ହେଇଯାଇଥିଲା ବେଳେ ଭେସେଲ କୁ ଆଙ୍କରେଜ ଏରିଆ କୁ ପଠେଇ ଦିଆଗଲା | ସମୁଦ୍ର ଉପକୂଳରୁ ପ୍ରାୟ 10 କିଲୋମିଟର ଗଭୀର ଜଳରାଶି କୁ ଭେସେଲ କୁ ନିଆଯାଇଥିବା ବେଳେ ତଦନ୍ତକାରୀ ଅଧିକାରୀ ମାନେ କୁଆଡେ ପ୍ରତିଦିନ ଭେସେଲ ପାଖକୁ ଏକ ବୋଟ ରେ ଯିବାଆସିବା କରୁଛନ୍ତି | ପ୍ରତିଦିନ ବୋଟ ର ଭଡା ଦେଉଛି କିଏ ତାହା କେହି ସ୍ପଷ୍ଟ କରୁନାହାନ୍ତି | ସେହିପରେ ଏତେ ତଦନ୍ତକାରୀ ସଂସ୍ଥା ଓ ଅଧିକାରୀ ଏହି ତଦନ୍ତ ରେ ସାମିଲ ଥିବାବେଳେ ଭେସେଲ ରେ ଥିବା 21 କ୍ରିୟୁ ସଦସ୍ୟ ଙ୍କ ଭିତରୁ କିଏ କୋକେନ ଆଣିଛି ତାହା ଜାଣିପାରୁନାହାନ୍ତି କେମିତି | ଯଦି ଜାଣିଛନ୍ତି ଓ କ୍ରିୟୁ ସଦସ୍ୟ ସ୍ୱୀକାର କରିଛନ୍ତି ତେବେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହେଉନାହିଁ କଣ ପାଇଁ ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏପଟେ ଭେସେଲ ର ମାଲିକ ଙ୍କ ପକ୍ଷ୍ୟରୁ ଦୁଇ ବିଦେଶୀ ଆସି କୁଜଙ୍ଗ କୋର୍ଟ ରେ ଭେସେଲ କୁ ଖସାଇବାପାଇଁ ଆଇନଜିବି ଦେଇ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି | ତେବେ କଷ୍ଟମ ବିଭାଗ ଏହି କୋକେନ ର ଖିଅ କେବେ ବାହାର କରୁଛି ତାହା ଉପରେ ସମସ୍ତଙ୍କ ନଜର | ଅନ୍ୟପକ୍ଷରେ ପିଆଇସିଟି ଗେଟ୍ର ଦେଇ କିଛିଦିନ ତଳେ ବିଦେଶୀ ମଦ ଆଉ ସିଗାରେଟ ଆସି କଲିକତା ଚାଲାଣ ବେଳେ ପୋଲିସ ଦ୍ୱାରା ଧରାପଡିବା ଓ ଏହି ବର୍ଥ ମଧ୍ୟରୁ 220 କୋଟି ଟଙ୍କା ର କୋକେନ ଜବତ ହେବାପରେ ଏହି କମ୍ପାନୀ ରେ ପ୍ରାଇଭେଟ ସିକ୍ୟୁରିଟି ପରିବର୍ତେ ସିଆଇଏସ ଏଫ ଜଗିବାକୁ କଷ୍ଟମ ବିଭାଗ କେନ୍ଦ୍ର ସରକାର ଙ୍କୁ ପ୍ରସ୍ତାବ ଦେଇଥିବା ମଧ୍ଯ ଜଣାପଡିଛି | ଯାହାଫଳରେ କିଛି ଚୋରା ଜାତୀୟ ଓ ଆନ୍ତର୍ଜାତୀୟ ନିଶା ବ୍ୟବସାୟୀ ଙ୍କ ଉପରେ ଲଗାମ ଲାଗୀ ପାରିବ ବୋଲି ଜଣାପଡିଛି |
