Odisha news

ରାଜନଗର : ୫୦ରୁ ଉର୍ଦ୍ଧ୍ବ କାଉ ମୃତ, ଲୋକେ ଆତଙ୍କିତ

0
ରାଜନଗର : ରାଜନଗର ନିର୍ବ।ଚନଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗ୍ରାମରେ ୫୦ ରୁ ଉର୍ଦ୍ଧ୍ବ କାଉଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଭିତରେ ଏତେ ସଂଖ୍ୟକ କାଉ ମରି ପଡିବା ଘଟଣା ସ୍ଥାନୀୟଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ବାର୍ଡଫ୍ଲୁ ଆଶଙ୍କାକୁ ନେଇ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ସଂସାରଫଳ ଗାଁର ଶିବ ମନ୍ଦିର ନିକଟରେ ଏବଂ ଆଖ ପାଖ ସ୍ଥାନରେ କାଉ ଗୁଡିକ ମରି ପଡିଥିବା ଦେଖିବାକୁ ମିଳିଛି। ଗତ କାଲି ଏବଂ ଆଜି କାଉ ଗୁଡିକ ହଠାତ୍‌ ଗଛରୁ ଖସି ପଡୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଉଛନ୍ତି। ସଂଶାରଫଳ ଗାଁରେ ଦୁଇ ଦିନ ଭିତରେ ୫୦ରୁ ଉର୍ଦ୍ଦ୍ବ କାଉଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଆତଙ୍କର ବାତାବରଣ ଖେଳାଇଦେଇଛି। ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ଭିଡ ଜମିଛି। ଦେଶର ବିଭିନ୍ନ ପ୍ରାନ୍ତର ରୁ ଓ ବିଦେଶରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ବିଦେଶୀ ପକ୍ଷୀ ଭିତରକନିକାରେ ଭିଡ ଜମାଇଛନ୍ତି। ଧାନକଟା ସରିଥିବା ବେଳେ ବିଲରେ ଝଡି ପଡିଥିବା ଧାନ ଓ କୀଟପତଙ୍ଗ ଖାଇବା ପାଇଁ ବିଦେଶୀ ପକ୍ଷୀମାନେ ଜାତୀୟ ଉଦ୍ୟାନ ମଧ୍ୟରୁ ଗାଁଗୁଡ଼ିକର ଧାନ ବିଲରେ ବସୁଛନ୍ତି। ବିଦେଶାଗତ ପକ୍ଷୀଙ୍କ ଭିଡ ସମୟରେ କାଉମଡକ ଆତଙ୍କର ପରିସ୍ଥିତି ସୃଷ୍ଟି କରିଛି।  ଦୁଇ ଦିନ ମଧ୍ୟରେ ହଠାତ୍‌ ଏତେ ସଂଖ୍ୟାରେ କାଉଙ୍କ ମୃତ୍ୟୁ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଭିତରକନିକାର ବିଦେଶାଗତ ପକ୍ଷୀମାନେ ଆମ ଅଂଚଳକୁ ଆସୁଥିବାରୁ କୌଣସି ଅଜଣା ରୋଗ ସେମାନଙ୍କ ଠାରୁ କାଉଙ୍କ ଦେହକୁ ବ୍ୟାପି ଏପରି ହୋଇନାହିଁ ତ ବୋଲି ଆଶଙ୍କା କରିଛନ୍ତି। ଏ ସଂପର୍କରେ ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କୁ ପଚାରିବାରୁ ମୃତ କାଉମାନଙ୍କର ବ୍ୟବଚ୍ଛେଦ କରାଯିବା ପରେ କାଉ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି।
Nalco
Leave A Reply