ଦଶପଲ୍ଲା୧୨/୧ : ମହାନ ପୁରୁଷ ସ୍ୱାମୀ ବିବେକା ନନ୍ଦ ଙ୍କ ୧୬୨ ତମ ଜନ୍ମଜୟନ୍ତି ଅବସରରେ ଦଶପଲ୍ଲା ର ସର୍ବ ପ୍ରଥମ ପାଠାଗାର ବିବେକା ନନ୍ଦ ପଠନ କେନ୍ଦ୍ର ର ରୌପ୍ୟ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି । ଏ ଅବସରରେ ବିବେକା ନନ୍ଦ ପଠନ କେନ୍ଦ୍ର ର ସଭାପତି ବିନୋଦ ବିହାରୀ ମିଶ୍ର ଙ୍କ ନେତୃତ୍ୱରେ ସକାଳ ସମୟ ରେ ପଠନ କେନ୍ଦ୍ର ପକ୍ଷରୁ ଜାତୀୟ ପତାକା ଧରି ବାଇକ ଶୋଭାଯାତ୍ରା କରାଯାଇଥିବା ବେଳେ ଏହି ଶୋଭାଯାତ୍ରା ମହାବୀର ମନ୍ଦିର ଠାରୁ ବାହାରି ତ୍ରିନ୍ନାଥ ବଜ଼ାର ଠାରେ ଥିବା ବିବେକା ନନ୍ଦ ଙ୍କ ପ୍ରତିମୂର୍ତ୍ତି ଠାରେ ପହଞ୍ଚି ଥିଲା । ସେଠାରେ ପଠନ କେନ୍ଦ୍ର ର କର୍ମକର୍ତ୍ତା ମାନେ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥଲା । ଦୁଇଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ର ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ତାମିଲନାଡୁ ବେଦ ବିଶ୍ୱ ବିଦ୍ୟାଳୟ କୁଳପତି ତଥା ଜଗନ୍ନାଥ ସଂସ୍କୃତି ଗବେଷକ ହରିହର କାନୁନଗୋ, ମୁଖ୍ୟ ବକ୍ତା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତୀୟ ନାଟ୍ୟକାର ସିବୋଧ ପଟନାୟକ , ସମ୍ମାନିତ ଅତିଥି ସାହିତ୍ୟିକ ହଡିବନ୍ଧୁ ମହାଖୁଡ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ସ୍ୱାମୀ ବିବେକା ନନ୍ଦ ଙ୍କ ସ୍ମୃତି ଚାରଣ କରିବା ସହ ଯୁବକ ମାନେ ବିବେକା ନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ସଭାକୁ ପଠନ କେନ୍ଦ୍ର ର ସଭାପତି ବିନୋଦ ବିହାରୀ ମିଶ୍ର ପରିଚାଳନା କରିଥିବା ବେଳେ ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବ ଦେଖିବାକୁ ବହୁ ଜନ ସମାଗମ ହୋଇଥିଲା ।
