ପାରାଦୀପ : ଆଜି ଥିଲା ପାରାଦୀପ ମାଛଧରା ବନ୍ଦର ପାଇଁ ଏକ ସ୍ଵର୍ଣଵ ଦିବସ | ପାରାଦୀପ ମାଛଧରା ବନ୍ଦରର ଆଧୁନିକୀକରଣ ନିମନ୍ତେ ଭୂମିପୂଜା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲି | ମୋଟ 108 କୋଟି ଟଙ୍କା ର ଏହି ପ୍ରକଲ୍ପ ରେ ମାଛଧରା ବନ୍ଦର ର ଆଧୁନିକୀକରଣ , ନିଲାମ ଜେଟୀ ର ପ୍ରଶସ୍ତିକରଣ , ଆଲୋକୀକରଣ , ଓ ରାସ୍ତା ଘାଟ ର ଉନ୍ନତି ହେବ |ଅତ୍ଵାଧୁନିକ ମାଛ ଧରା ଜେଟୀ ସହ କିଭଳି ଆନ୍ତର୍ଜାତିକ ସ୍ତରକୁ ମାଛ ରପ୍ତାନୀ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ରୂପାଲି | ଏହି କାର୍ଯ୍ୟକ୍ରମ ରେ ରାଜ୍ଯ ପଶୁସମ୍ପଦ କୃଷି ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ , ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନାଦ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ |