Odisha news

ସୌଚାଳୟ ରେ ଶୋଇଲେ , ଟ୍ରଲି ଉପରେ ପ୍ରସବ କଲେ 

0
ପାରାଦୀପ – (  ଜି. ପ୍ର  ) ପୁଣି ଆସିଲା ହୃଦୟ ବିଦାରକ ଦ୍ରୁଶ୍ୟ | ସାରା ରାତି ସୌଚାଳୟ ରେ ଶୋଇଲେ | ଭୋର ସକାଳୁ ମଝି ରାସ୍ତା ରେ ପ୍ରସବ କଲେ ମହିଳା | ସେ ପୁଣି ଏକ ଟ୍ରଲି ଉପରେ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବନ୍ଦର ନଗରୀ ପାରାଦୀପ ରେ | ନିକଟସ୍ଥ ସଣ୍ଡକୁଦ ଅଞ୍ଚଳରୁ ଏକ ଟ୍ରଲି ରେ ଆସୁଥିବା ମହିଳା ପ୍ରସବ ବେଦନା ସହି ନପାରି ଟ୍ରଲି ଉପରେ ହିଁ ଜନ୍ମ କରିଦେଲେ ଏକ କନ୍ୟା ସନ୍ତାନ | ହାଡ଼ ଭଙ୍ଗା ଶୀତ କୁ ଏପଟେ ପ୍ରସବ ର ଅସହ୍ୟ ବେଦନା | ରାସ୍ତା ଉପରେ ଚିତ୍କାର ଶୁଣି ସ୍ତାନୀୟ କେତେଜଣ ମହିଳା ଆସିଲେ ଆଉ ଲୁଗା ଘୋଡାଇ ଦେବାରୁ ଜନ୍ମ ହେଲା ଏକ୍ କନ୍ୟା ସନ୍ତାନ | ମହିଳା ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ଦୁହୁରିଆ ଜମ୍ମୁଧର ଅଞ୍ଚଳର ସରାଫତ ଖାଁ ଙ୍କ ପତ୍ନୀ ସଲାମୁନ ଖାତୁନ | ସେ ଗତ ଦୁଇଦିନ ତଳେ ନିଜ ସ୍ୱାମୀ ପାଖକୁ ଆସିଥିଲେ | ସ୍ଵାମୀ ସରାଫତ ସ୍ତାନୀୟ ସଣ୍ଡକୁଦ ର ଏକ ଦୋକାନରେ କାମ କରନ୍ତି | ସ୍ତ୍ରୀ ଆସି ପହଂଚିବାରୁ ପାଖରେ ଏକ ମଦ ଦୋକାନ ଥିବାରୁ ନିଜକୁ ସୁରକ୍ଷିତ ନମଣି ନିଜ ପତ୍ନୀ ଙ୍କୁ ଧରି ପାରାଦୀପ ସମୁଦ୍ର କୂଳରେ ଥିବା ସୌଚାଳୟ ରେ ଯାଇ ଶୋଇପଡିଲେ | ଆଉ ଶୀତ ରାତିକୁ ଏପଟେ ପ୍ରସବ ବେଦନା ଆରମ୍ଭ ହୋଇଯାଇଥିଲା ମହିଳା ଙ୍କର | ଉପାୟ ନପାଇ ସ୍ଵାମୀ ତାଙ୍କୁ ଧରି ମେଡିକାଲ ଯିବାକୁ ବାହାରିବା ବେଳକୁ କେହି ଅଟୋ ବାଲା ରାଜି ବି ହେଲେନି | ଶେଷରେ ଚାଲି ଚାଲି ଆସିବାକୁ ଚେଷ୍ଟା କରି ଅଳ୍ପ ବାଟ ଆସି ଥକି ପଡିଲେ ମହିଳା | ରାସ୍ତା ଉପରେ ଶୀତ ଦିନ ଭୋର ସକାଳୁ ଚିକ୍ତାର କରୁଥିବା ବେଳେ ବାଟରେ ଯାଉଥିବା ଏକ ଟ୍ରଲି ବାଲା ତାଙ୍କୁ ଆଣି ମେଡିକାଲ ଆସୁଥିବା ବେଳେ ସ୍ତାନୀୟ ନୂଆବଜାର ଠାରେ ହିଁ ସେହି ଟ୍ରଲି ଉପରେ ଜନ୍ମ ହୋଇଥିଲା ଏକ କନ୍ୟା ସନ୍ତାନ | ପାଖରେ ଥିବା ବସ୍ତି ରୁ କିଛି ମହିଳା ଦୌଡ଼ି ଆସି ମା ଓ ନବଜାତ ଶିଶୁ ଙ୍କୁ କପଡା ରେ ଘୋଡାଇ ଦେବା ସହ ଶିଶୁ ଙ୍କୁ ନିଆଁ ରେ ସେକି ଦେଇଥିଲେ | ପ୍ରାୟ ଦୁଇଘଣ୍ଟା ବିଳମ୍ବରେ ପୋର୍ଟ ମେଡିକାଲ ର ଏକ ଆମ୍ବୁଲାନ୍ସ ଆଜି ମା ଓ ନବଜାତ ଶିଶୁ ଙ୍କୁ ନେଇ ଅଠରବାଙ୍କୀ ମେଡିକାଲରେ ପହଞ୍ଚାଇବା ପରେ ସେଠାରେ ଡାକ୍ତରଖାନା ପକ୍ଷରୁ ଦୁଇଜଣଙ୍କୁ ଚିକିସ୍ଥା କରାଯାଉଛି | ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ତା ଭଲ ଥିବା ଜଣାପଡ଼ିଛି | ତେବେ ପ୍ରଶ୍ନ ଉଠୁଛି , ପ୍ରସବ ସମୟ ପାଖେଇ ଆସିଥିବା ବେଳେ ସଲାମୁନ  ଖାତୁନ କେନ୍ଦ୍ରପଡା ରୁ ପାରାଦୀପ ଆସିଲେ କାହିଁକି  | ସେ ଆସିବା ଖବର ସେଠାକାର ଆଶା ଦିଦି ଓ ଅଙ୍ଗନୱାଡି କର୍ମୀ ଏଠାକାର ଆଶା ଦିଦି ଓ ଅଙ୍ଗନବାଡି କର୍ମୀ ଙ୍କୁ ଦେଲେ ନାହିଁ କାହିଁକି  | ସଲାମୁନ ଙ୍କୁ ତାଙ୍କ ସ୍ଵାମୀ  ରେ ସମୁଦ୍ର କୂଳ ସୌଚାଳୟ ରେ ଶୀତ ରାତି ରେ ଶୁଆଇଲେ କଣ ପାଇଁ  | ଏଭଳି ଏକ ଗର୍ଭବତୀ ମହିଳା ଙ୍କ ବିଷୟରେ ସଣ୍ଡକୁଦ ର ଆଶା ଦିଦି ଆଉ ଅଙ୍ଗନବାଡି କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀ ଜାଣିପାରିଲେ ନାହିଁ କେମିତି | ବାରମ୍ବାର ଫୋନ କରୁଥିଲେ ମଧ୍ଯ ବିଳମ୍ବରେ ଆମ୍ବୁଲାନ୍ସ ଆସିବାର କାରଣ କଣ  | ଏହି ସବୁ ଘଟଣାର ତଦନ୍ତ କରିବାକୁ ସ୍ତାନୀୟ ଲୋକେ ସାଧାରଣରେ ଦାବି କରିଛନ୍ତି  |

Leave A Reply