Odisha news

ସରକାରୀ ମଦ ଦୋକାନ କଡରେ ଖୋଲା ବାର !

0
ପାରାଦୀପ :   ସରକାର ଖୋଲିଛନ୍ତି ଠିପି ବନ୍ଦ ସରକାରୀ ମଦ ଦୋକାନ | ହେଲେ ଏଠି ଚାଲିଛି ଖୋଲାଖୋଲି ବାର | ସରକାରୀ ମଦ ଦୋକାନ କଡରେ ଦିନକୁ ଦିନ ବୃଦ୍ଧି ପାଉଛି ଚାଖଣା ଦୋକାନ | ଅଣ୍ଡା ଠାରୁ ଚିକେନ ଆଉ କରାଟ କସା, ଭଳିକି ଭଳି ବୋଟ, ଚଣା ଭଜା ମିଳିବା ସାଙ୍ଗକୁ ବସିବା ପାଇଁ ବି ମିଳିଗଲାଣୀ ଚେୟାର | ପାଣି ବୋତଲ ଗ୍ଲାସ ବି ପାଖ ଦୋକାନ ରେ ଭରପୁର ମହଜୁତ | ଲୋକେ ଗଲେ ଠିପି ବନ୍ଦ ମଦ ଦୋକାନ ରୁ ମଦ କିଣିଲେ ଆଉ ପାଖ ଦୋକାନ ରୁ ଚାଖଣା ନେଇ ରାସ୍ତା କଡରେ ଖୋଲାଖୋଲି ମଦ୍ୟପାନ କଲେ | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଞ୍ଚଳରେ | ଏହି ବ୍ଲକ ର ନାଉଗାଁ ହାଟ ମଝୀ ଓ ବ୍ଲକଛକ ମୁଗେଇ ମଝୀ ରାସ୍ତା ରେ ଦୁଇଟି ଠିପି ବନ୍ଦ ମଦ ଦୋକାନ କୁ ସରକାର ସ୍ୱୀକୃତି ଦେଇଛନ୍ତି | ନିୟମ ଅନୁସାରେ ଏହି ଦୋକାନ ରୁ କେବଳ ଗ୍ରାହକ ମଦ କିଣି ନେଇ ପାରିବେ | ଏହି ଦୋକାନ ଆଗ ପଛ କିମ୍ବା କଡ଼ ରେ ମଦ୍ୟପାନ କରିପାରିବେ ନାହିଁ | କିନ୍ତୁ ବଡ ଆଶ୍ଚର୍ଯ୍ୟ ର କଥା ଏହି ଦୁଇଟି ମଦ ଦୋକାନ କଡରେ ବହୁ ଚାଖଣା ଦୋକାନ ଖୋଲି ଗଲାଣି | ଆହୁରି ମଧ୍ଯ ଦୋକାନ କଡ ରେ କପଡା ବାନ୍ଧି ତା ଭିତରେ ଚେୟାର ଟେବୁଲ ପକାଇ ଲୋକଙ୍କୁ ଖୋଲଖୋଲି ମଦ୍ୟପାନ କରିବାକୁ ସୁଯୋଗ ମଧ୍ଯ ଦିଆ ଗଲାଣି | ମଦ୍ୟପ ମାନେ ଏଭଳି ହେଲେଣି ଯେ ରାସ୍ତା ଉପରେ ଆସି ବସି ମଦ୍ୟପାନ କଲେଣି | ଯାହା ଦେଖି ଏହି ରାସ୍ତା ଦେଇ ଯାଉଥିବା ସ୍କୁଲ କଲେଜ ଛାତ୍ରୀ ଏବଂ ମହିଳା ମାନେ ନିଜକୁ ଅସୁରକ୍ଷିତ ମନେ କଲେଣି | ଏହି ଦୁଇ ଦୋକାନ କୁଆଡେ ଅଧିକ ବିକ୍ରି କରିବା ଲକ୍ଷ୍ୟ ରେ ପୋଲିସ ଓ ଅବକାରୀ ବିଭାଗ କୁ ମାସିକିଆ ଚାନ୍ଦା ଦେଇ ମ୍ୟାନେଜ କରୁଥିବା ଯୋଗୁଁ ସ୍ତାନୀୟ ପୋଲିସ ଓ ଅବକାରୀ ବିଭାଗ ଏହି ରାସ୍ତା ଦେଇ ଦିନକୁ ଦଶଥର ଯିବାଆସିବା କରୁଥିଲେ ମଧ୍ଯ କିଛି ନଦେଖିବା ପରି ଯାଉଥିବା ଆଲୋଚନା ହେଉଛି | ତୁରନ୍ତ ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି |
Leave A Reply