Odisha news

ଘନଶ୍ୟାମ ଙ୍କୁ ବିଶାଳ ଶୋଭାଯାତ୍ରା ରେ ସ୍ୱାଗତ କଲେ ଶ୍ରମିକ

0
ପାରାଦୀପ୍ – ବାଣ ଫୁଟାଇ , ଫୁଲ ପକାଇ , ଜିନ୍ଦାବାଦ ଧ୍ୱନି ରେ କମ୍ପି ଉଠିଲା ବନ୍ଦର ନଗରୀ ପାରାଦୀପ ର   ରାସ୍ତା | କାରଣ ସର୍ବଭାରତୀୟ ଶ୍ରମିକ ନେତା ଶ୍ରୀଯୁକ୍ତ ଘନଶ୍ୟାମ ଜେନା ଙ୍କୁ ଶ୍ରମିକ ମାନେ ଆଜି ଏହି ଶୋଭାଯାତ୍ରାରେ ପାଛୋଟି ନେଉଥିଲା ବେଳେ ଏହା ଥିଲା ତାହାର ଦୃଶ୍ୟ | ସ୍ତାନୀୟ ଭୂତମୁଣ୍ଡାଇ ପୋଲ ତଳୁ ଦିର୍ଘ 14 କିଲୋମିଟର ରାସ୍ତା ରେ ଶ୍ରମିକ ମାନେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇ ପାଛୋଟି ଆଣିଥିଲେ  |
ଦୋଛକି, ପିପିଏଲ୍ ଛକ, ଇଫକୋ ଚ୍ଛକ , ଟର୍ମିନାଲ ଛକ, ଅଠରବାଙ୍କୀ ଓ ବଡ଼ପଡିଆ ଆଦି ସ୍ତାନ ମାନଙ୍କରେ ଶ୍ରମିକ ମାନେ ଜେନା ସାହେବ ଙ୍କୁ ଚାତକ ପରି ଅପେକ୍ଷା କରି ରହିଥିବା ବେଳେ ଜେନା ସାହେବ ପହଂଚିବା କ୍ଷଣି ଶ୍ରମିକ ମାନେ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ବାଣ ଫୁଟାଇ ସ୍ୱାଗତ୍ କରିଥିଲେ  | ବିଶାଳ ପଟୁଆର ରେ ଶ୍ରମିକ ମାନେ ଜେନା ସାହେବ ଙ୍କୁ ପାରାଦୀପ୍ ପୋର୍ଟ ଆଣ୍ଡ ଡକ ମଜଦୁର ଇଉନିୟନ୍ କୁ ପାଛୋଟି ନେଇଥିବା ବେଳେ ସେଠାରେ ତାଙ୍କର ଦୁଃଖ ବଖାଣିଥିଲେ  |
ପାରାଦୀପ୍ ରେ ଚଳିତ ଗ୍ରସ୍ତ ରେ ଶ୍ରମିକ ନେତା ଶ୍ରୀଯୁକ୍ତ ଘନଶ୍ୟାମ ଜେନା 3 ଦିନ ରହିବାକୁ ଥିବାବେଳେ, କେନ୍ଦ୍ରୀୟ ଶ୍ରମ ଅଧିକାରିଣୀ ଙ୍କ କାର୍ଯ୍ୟାଳୟ ରେ ତୈଳ ବିଶୋଧନାଗାର ସହିତ ଶ୍ରମିକ ମାନଙ୍କ ସେଟେଲମେଣ୍ଟ , ଶ୍ରମିକ ମାନଙ୍କ ସମସ୍ୟା ଉପରେ ବିଭନ୍ନ କମ୍ପାନୀ ସହ ଆଲୋଚନା  ଆଦି କାର୍ଯ୍ୟକ୍ରମ ରହିଚି ବୋଲି ଜଣାପଡିଛି   | ବାସ୍ତବିକ୍ ଜେନା ସାହେବ ଙ୍କ ପାରାଦୀପ୍ ଗ୍ରସ୍ତ ଶ୍ରମିକ ମାନଙ୍କ ଅନେକ ସମସ୍ୟା ର ସମାଧାନ କରିବ ନିଶ୍ଚୟ |
Nalco
Leave A Reply