Odisha news

ତାଳଚେର ବ୍ଲକ ବିଜେପିର ବିକ୍ଷୋଭ ଓ ଗଣଧାରଣା

0

ତାଳଚେର ତା ୦୫/୦୩ ପଂଚାୟତରାଜ ଦିବସକୁ ବିଜେପି ପକ୍ଷରୁ ଭ୍ରଷ୍ଟାଚାର ଦିବସଭାବେ ପାଳନ କରି ତାଳଚେର ବ୍ଲକ ଅଫିସ୍ ସମ୍ମୁଖରେ ମୁହଁରେ କଳାପଟ୍ଟି ବାନ୍ଧି ଆଜି ଧାରଣା ଦେବାସହ ଏକ ପ୍ରତିବାଦ୍ ସଭା କରାଯାଇଛି । ପର୍ଶୁରାମ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗଦେଇ ପଂଚାୟତରାଜ ବ୍ୟବସ୍ଥାରେ ତ୍ରିସ୍ତରୀୟ ପଂଚାୟତ ପ୍ରତିନିଧି, ୱାର୍ଡ଼ ମେମ୍ବର, ସରପଂଚ, ସମିତିସଦସ୍ୟ ଏବଂ ଜିଲ୍ଳାପରିଷଦ ସଦସ୍ୟଙ୍କର କୌଣସି କ୍ଷମତା ଓ ସମ୍ମାନ ନାହିଁ । ଓଡ଼ିଶାରେ ପଂଚାୟତରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି ବୋଲି ସେ ଏହା ପ୍ରକାଶ କରିଥିଲେ । ପଂଚାୟତ ସମିତି କାର୍ଯ୍ୟଳୟକୁ ବିଜୁ ଜନତାଦଳର ସରକାର ଉନ୍ନୟନ କାର୍ଯ୍ୟାଳୟରେ ପରିଣତ କରିଛନ୍ତି । ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ପଲ୍ଲୀସଭା, ଗ୍ରାମସଭା ନକରି ଯେଉଁ ମାନଙ୍କୁ ଠିକାଦାର ସଜେଇ ମୋଦି ସରକାର ପଂଚାୟତକୁ ଦେଉଥିବା କୋଟି କୋଟି ଟଙ୍କାକୁ ବିଜେଡ଼ି କର୍ମୀଙ୍କ ଦ୍ୱାରା କାମ କରାଇ ପିସିନେଇ ବିଜୁ ଜନତାଦଳର ପାଣ୍ଠି ସଂଗ୍ରହ କରାଯାଉଛି ବୋଲି ସେ କହିଥିଲେ ଏବଂ ମୋଦି ସରକାର ଗଠନ କରିଥିବା ଜିଲ୍ଳା ଖଣିଜପାଣ୍ଠିକୁ ଜିଲ୍ଳାପାଳ ନିଜସ୍ୱ ପାଣ୍ଠିଭାବେ ଖର୍ଚ୍ଚ କରୁଛନ୍ତି, ଯେଉଁଠୁ ବେଶି ପିସି ମିଳିବ ସେହି କାମ କରି ବିଜେଡ଼ି ପାଣ୍ଠି ସଂଗ୍ରହ କରୁଛନ୍ତି ବୋଲି ଶ୍ରୀ ସାମଲ କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶ ମହାରଣା, ବୃନ୍ଦାବନ ବେହେରା, ଉଚ୍ଛନ୍ନ ପଟ୍ଟନାୟକ, ବରୁଣ ସାହୁ, କରୁଣାକର ସାହୁ, ମୁନି ବେହେରା, ସହଦେବ ସାହୁ, ଜିତେନ ବେହେରା, ରାଜେନ୍ଦ୍ର ସିଂହ, ମନୋଜ ପ୍ରଧାନ, ବିଭୂତି ସାହୁ, ଅଜୟ ଗୋଚ୍ଛାୟତ ।, ଅର୍ଜୁନ ଟିକ୍ସୁ, ଚୈତନ୍ୟ ପ୍ରଧାନ ପ୍ରମୁଖ ତାଳଚେର ବ୍ଲକରେ ହେଉଥିବା ଦୁର୍ନିତି ଉପରେ ସ୍ପଷ୍ଟ ପ୍ରମାଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟବ୍ରତ ସାହୁ, କାଳନ୍ଦୀ ପ୍ରଧାନ, ଗୋପାଳି ସାହୁ, ନିରୋଜ ଦାସ, ଆଶିଷ ନାଏକ, ସୁଶାନ୍ତ ପ୍ରଧାନଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Nalco
Leave A Reply