ନୂଆଦିଲ୍ଲୀ : ଆମ ପୃଥିବୀ ପୃଷ୍ଠରେ ଏପରି ଗୋଟିଏ ଦେଶ ରହିଛି ଯାହାର ଶକ୍ତିକୁ ନେଇ ସମସ୍ତେ ସଚେତନ ଅଟନ୍ତି l କିନ୍ତୁ ଗତବର୍ଷ ଏହାର ଜନ ସଂଖ୍ୟାରେ ପାଖାପାଖି ଅଧା ମିଲିୟନ କମ ହୋଇଯାଇଛି ,ଅର୍ଥ ପାଞ୍ଚଲକ୍ଷ l ଏହା ପଛରେ କଣ କାରଣ ରହିଛି ?କରୋନା ,ନା ବିସ୍ଥାପନ ନା କମ ଜନ୍ମ ଦର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ l ଆସନ୍ତୁ ଜାଣିବା କଣ କାରଣ ରହିଛି ଏହି ଦେଶର ଜନସଂଖ୍ୟା କମିବାର l
ଗତ ୧୫ ବର୍ଷ ହେଲାଣି ଏପରି ପ୍ରଥମଥର ହୋଇଛି ଯେବେକି ରୁଷର ଜନସଂଖ୍ୟାରେ ପାଞ୍ଚଲକ୍ଷ ଲୋକଙ୍କର ପାଞ୍ଜି କରଣ କମ କରାଯାଇଛି l ଜନସଂଖ୍ୟାର ଏହି ତଥ୍ୟକୁ ରୁଷ ସରକାର ଜାରି କରିଛନ୍ତି l ରୁଷର ଗଣମାଧ୍ୟମ ଅଲ ଜଜିରାରେ ପ୍ରକାଶିତ ଖବର ଅନୁସାରେ ରୁଷର ଜନସଂଖ୍ୟା ୧୪.୬୨ କୋଟି ଅଟେ l କିନ୍ତୁ ବର୍ତ୍ତମାନ ଏଥିରେ କମ ହୋଇଥିବା ଖବର ମିଳିଛି l ଗବେଷକ ମାନେ ଏହା ପଛରେ କରୋନା ମହାମାରୀର କାରଣ ଦର୍ଶାଇଛନ୍ତି l ଗତବର୍ଷ ଜାନୁଆରୀରୁ ନଭେମ୍ବର ପର୍ଯ୍ୟନ୍ତ ରୁଷରେ ସମୁଦାୟ ୨୨୯,୭୦୦ ଲୋକଙ୍କର ମୃତ୍ୟୁ ହୋଇଛି ,ଯେବେକି ଗତବର୍ଷ ରୁଷର ସରକାର ବ୍ଳାଦିମିର ପୁତିନ ଜନସଂଖ୍ୟା ବଢାଇବାକୁ ନେଇ ଜୋର ଦେଇଥିଲେ ଏବଂ କହିଥିଲେ କମ ଜନସଂଖ୍ୟାର କାରଣ ରହିଛି କମ ରୋଜଗାର l
ଗବେଷକ ମାନେ ଏହା ପଛରେ ଦୁଇଟି କାରଣ ଥିବା ଦର୍ଶାଇଛନ୍ତି ,ପ୍ରଥମଟି ହେଲା ଯୁବକ ଓ ଶିକ୍ଷିତ ଲୋକମାନେ ଅନ୍ୟ ଦେଶକୁ ପଳାଇ ଯାଉଛନ୍ତି ଓ ଅନ୍ୟଟି ହେଲା କମ ଜନ୍ମ ଦର l ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ପୋଲାଣ୍ଡ ଓ ୟୁନାଇଟେଡ଼ କିଙ୍ଗଡମରେ ମଧ୍ୟ ଜନସଂଖ୍ୟା କମିଥିବାର ସୂଚନା ମିଳିଛି l ୟୁକେରେ ବେରୋଜଗାରୀ ସଙ୍କଟ ଓ ପଳାୟନ ମୁଖ୍ୟ କାରଣ ଅଟେ l ସେହି ଅନୁସାରେ ଦେଖିବାକୁ ଗଲେ ବିଶ୍ୱ ଜନସଂଖ୍ୟା ରେକର୍ଡରେ ମଧ୍ୟ କମି ଆସିଛି l ଗବେଷକ ମାନେ ଏହାକୁ କରୋନାର ମୁଖ୍ୟ କାରଣ ସହିତ ବେରୋଜଗାରୀକୁ ମଧ୍ୟ ଯୋଡ଼ିଛି l