Odisha news

ମରଣାନ୍ତକ ଆକ୍ରମଣରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ ଛାଡି ଦେଲା ପୁଲିସ, ଏସପିଙ୍କ ନିକଟରେ ଗୁହାରୀ କଲେ ପିଡାତା ମହିଳା

0

ପାଣିକୋଇଲି, ୧୧ା୯ : ବରୀ ପୁଲିସର ପକ୍ଷପାତିତା ନେଇ ନ୍ୟାୟ ପାଇଁ ଏସପିଙ୍କୁ ଭେଟିଛନ୍ତି ମରଣାନ୍ତ ଆକ୍ରମଣର ଶିକାର ହୋଇଥିବା ମହିଳା । ଗତ ୭ ତାରିଖ ମରଣାନ୍ତକ ମାମଲାରେ ଅଭିଯୁକ୍ତ ମାନଙ୍କୁ ପୁଲିସ ଥାନାକୁ ଡକାଇ ମାମଲା ରୁଜ୍ଜୁ କରିଥିଲେ ହେଁ ସେମାନଙ୍କୁ କୋର୍ଟ ଚାଲାଣ ନକରି ଥାନାରୁ ଛାଡି ଦେଇଥିବାର ଅଭିଯୋଗ କରିଛନ୍ତି ଟୁକୁନି ମଳିକ । ବରୀ ରାମଚନ୍ଦ୍ର ପୁର ଥାନା ଅନ୍ତର୍ଗତ ନାଥପୁର (ହାଟସିବା)ର ଟୁକୁନି ମଳିକଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ସନାତନ ମଲିକ ଘରୁ ଫେରୁଥିବା ସମୟରେ ପୂର୍ବ ଶର୍ତ୍ରତାକୁ କେନ୍ଦ୍ର କରି ତାଙ୍କ ଗ୍ରାମର ନଣ୍ଡା ମଳିକ, କୁଟୁ ମଳିକ, ଟୁଟୁ ମଳିକ, ଲିଟୁ ମଳିକ ଓ ତାଙ୍କ ସ୍ତ୍ରୀ ଲୋକମାନେ ଫାରସା ଓ ଶାଳବରେ ସନାତନକୁ ଆକ୍ରମଣ କରିଥିଲେ ।

ଫଳରେ ସନାତନ ଗରୁତର ଆହତ ହୋଇ ସଜ୍ଞାହୀନ ଭାବେ ପଡିଥିଲେ । ଟୁକୁନି ସେଠରେ ପହଂଚିବାରୁ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରୁଥିବା ବେଳେ ଗ୍ରାମାବସୀ ପହଂଚିବାରୁ ସେମାନେ ପଳାଇଯାଇଥିଲେ । କିନ୍ତୁ ତା ପୂର୍ବରୁ ଲମ୍ବୋଦର ମଳିକକୁ ମାଡ ମାରିଥିଲେ । ବର୍ତମାନ ସନାତନ କଟକ ରେ ଚିକିସôିତ ହୋଇ ମରଣ ସହ ସଂଗ୍ରାମ କରୁଛି । ହେଲେ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ମାନଙ୍କୁ ନେଇଥିଲେ ମଧ୍ୟ ପରେ ଛାଡି ଦେଇଛି । ଫଳରେ ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଏସପିଙ୍କୁ ଗୁହାରୀ କରିଛନ୍ତି ଟୁକୁନି

Govt
Leave A Reply