ପାଣିକୋଇଲି, ୧୯ା୪: କରୋନା ଲକ ଆଉଟ ପାଇଁ ଲୋକ ଏବେ ସହରଛାଡି ଗ୍ରାମାଭିମୁଖି । ଲକ ଡାଉନ ଅବଧି ବଢି ଚାଲିଥିବା ବେଳେ ଯିଏ ଯେଉଁଠାରେ ଥାଉ ନା କାହିଁକି ଏବେ ଘର ମୁହାଁ ହୋଇଛନ୍ତି । ଖାଦ୍ୟପେୟ ଅଭାବ ସତ୍ୱେ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ବା ସାଇକେଲ ଯୋଗେ ନିଜ ପରିବାରକୁ ଦେଖା କରିବାକୁ ଫେରୁଛନ୍ତି । କିନ୍ତୁ ସବୁ ବେଳେ ବାଟରେ ପୁଲିସ ହାବୁଡରେ ପଡୁଛନ୍ତି । ଆଜି ପଶ୍ଚିମ ବଙ୍ଗ ମୁର୍ଶିଦାବାଦର ୮ ଜଣ ଶ୍ରମିକ ସାଇକେଲ ଯୋଗେ ୧୬ ନମ୍ବର ଜାତୀୟ ରାଜପଥରେ ଘରକୁ ଫେରୁଥିବା ବେଳେ ପାଣିକୋଇଲି ପୁଲିସ ସେମାନଙ୍କୁ ଉଦ୍ଧାର କରିଛି । ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା ସେମାନଙ୍କୁ ଉଦ୍ଧାର କରିବା ପରେ ଥାନାକୁ ଆଣି ବିସ୍କୁଟ, ପାଣି ଦେଇଥିଲେ । ପରେ ସେମାନଙ୍କୁ ମା ପାଣିକୋଇଲି କଲେଜରେ ରଖି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି ।