(ହିଞ୍ଜିଳିକାଟୁ- ୧୯/ଏପ୍ରିଲ/୨୦୨୦) ରବିବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା। କରୋନା ଜନିତ ପ୍ରତିବନ୍ଧକ କାରଣରୁ ଶିବିର ଆୟୋଜନ କରି ରକ୍ତ ସଂଗ୍ରହ କରାଯାଇ ପାରୁନଥିବାରୁ, ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି। ଏହିଭଳି ପ୍ରତିକୂଳ ପରିସ୍ଥିତିରେ ରକ୍ତ ଅଭାବର ଆପୂର୍ତ୍ତି ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ପ୍ରଥମେ ଅଲାରିଗଡ ଠାରେ ନିଜେ ରକ୍ତଦାନ କରି ଏହାର ଶୁଭାରମ୍ଭ କରିଥିବା ବେଳେ ଆଜି ତୃତୀୟ ଦିନରେ ହିଞ୍ଜିଳିକାଟୁରେ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ଥାନାଧିକାରୀ ଅଭିମନ୍ୟୁ ଦାଶ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଯୁବ ବିଜେଡି ନେତା କିରଣ କୁମାର ପଟ୍ଟନାୟକ, ପୌର ପରିଷଦ କାର୍ଯ୍ୟାଳୟର ବିବେକାନନ୍ଦ ମହାପାତ୍ର, ଅରୁଣ କୁମାର ପ୍ରମୂଖ ରକ୍ତ ଦାନ କରିଥିଲା ବେଳେ ଯୁବନେତା ନୀଳମଣି ପଟ୍ଟନାୟକ, ସଞ୍ଜୟ କୁମାର ପଣ୍ଡା ଓ ପୌର ପରିଷଦ କାର୍ଯ୍ୟାଳୟର ବହୁ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।