Odisha news

  ପୁରୀ ଗୋବର୍ଦ୍ଧନ ପୀଠ ପକ୍ଷରୁ ବ୍ରାହ୍ମଣ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ 

ପାଣିକୋଇଲି : ଦୀର୍ଘ ୧୪ ମାସ ଧରି  କରୋନା ମହାମାରୀର ବିଭିଷିକା ସହିତ ଦ୍ୱିତୀୟ ଲହରୀ ଓଡିଶାକୁ ପ୍ରଭାବିତ କରିଥିବା ବେଳେ ୟଶ ବାତ୍ୟା ଯେକି ଉପକୂଳ ଜିଲ୍ଲାକୁ ପ୍ରଭାବିତ କରିଛି । ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଭଗବାନଙ୍କ ନିଦେ୍ର୍ଦଶରେ ରୁଚି ମସଲା କମ୍ପାନୀ ସହାୟତାରେ ପୀଠର ଯୁବ ସଙ୍ଗଠନ ଆଦିତ୍ୟ ବାହିନୀ ପକ୍ଷରୁ ମନ୍ଦିର ପୂଜକ, ସେବାୟତ ଓ କର୍ମକାଣ୍ଡରେ କାର୍ଯ୍ୟକରୁଥିବା ବ୍ରହ୍ମଣ ମାନଙ୍କ ପାଖରେ ପହଂଚି ଶୁଖିଲା ଖାଦ୍ୟ ବଂଟନ କରାଯାଇଛି ।

ବାଲେଶ୍ୱର, ଭଦ୍ରକ ପରେ ଯାଜପୁର ଜିଲ୍ଲାର ପାଣିକୋଇଲି ମା ତାରିଣୀ ମନ୍ଦିର ଠାରେ ଗୋବର୍ଦ୍ଧନ ପୀଠର ଶିଷ୍ୟ ସୂର୍ଯ୍ୟମଣି ପଣ୍ଡାଙ୍କ ଆହ୍ୱାନ କ୍ରମେ ଗୋବର୍ଦ୍ଧନ ପୀଠର ଆଦିତ୍ୟ ବାହିନୀର ରଷ୍ଟ୍ରୀୟ ମହାମନ୍ତ୍ରୀ ପଣ୍ଡିତ ମାତୃପ୍ରସାଦ ମିଶ୍ର, ଆଦିତ୍ୟ ବାହିନୀର ଆବାହକ ରୋହିତ ଦାଶ, ଲୋକନାଥ ପଣ୍ଡା ପ୍ରମୁଖ ଯୋଗଦେଇ ୩୦ରୁ ଉର୍ଦ୍ଧ ପୂଜକ, ସେବାୟତ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ ।

Ad2

Comments are closed.