ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ବିନାୟକ ମନ୍ଦିରରେ ପାତି ମାଙ୍କଡ ଓ ଅସହାୟ ବୃଦ୍ଦବୃଦ୍ଧା ମାନସିକ ବିକୃତ ମାନଙ୍କୁ ୩୦ ଦିନ ହେଲା ରନ୍ଧା ଖାଦ୍ୟ ପ୍ରଦାନ
କୁଆଖିଆ : ରସୁଲପୁର ବ୍ଲକ୍ ତଥା ଯାଜପୁରର ଅଗ୍ରଣୀ ସ୍ୱେଛା ସେବୀ ସଂଗଠନ ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ କୋଭିଡ-୧୯ ଦ୍ୱିତୀୟ ଲହର ମୁକାବିଲା ୩୦ ଦିନ ହେଲା ବିଭିନ୍ନ ଦିନରେ ହେଲପିଙ୍ଗ ହ୍ୟାଣ୍ଡସ ସମାଜ ସେବା ପରିବାର ତରଫରୁ ସଂଗଠନର ପ୍ରତିଷ୍ଟାତା ପ୍ରଶାନ୍ତ କୁମାର ଷଡଙ୍ଗୀଙ୍କ ନେତୃତରେ ଅନ୍ୟସଦସ୍ୟ ମାନେ ମିଶି ପ୍ରତ୍ୟେକ ପଶୁପକ୍ଷୀ ମାଙ୍କଡ ଓ ଚଣ୍ଡିଖୋଲ ଠାରୁ ଜାରକା କୁଆଖିଆ ପାଣିକୋଇଲି ପର୍ଯ୍ୟନ୍ତ ରାଜ ପଥ ପାଶ୍ୱରେ ଥିବା ଅସହାୟ ବୃଦ୍ଧ ବୃଦ୍ଦା ମାନସିକ ବିକୃତ ଙ୍କୁ ଚିକେନବିରିଆନି ଓ ପାଣି ଆଦି ଖାଦ୍ୟ ପ୍ରଦାନ କରାଯାଇଚି ସେହିପରି ପ୍ରତ୍ୟେକ ଦିନ ପରି ହରିପୁର ଠାରୁ ଜାରକା ପର୍ୟ୍ୟନ୍ତ ହରିପୁର ରୁ ଯାଜପୁର ଟାଉନ ପର୍ୟ୍ୟନ୍ତ ଅସହାୟ,ମାନସିକ ବିକୃତ ତଥା ଅସୁବିଧା ରେ ଥିବା ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ପାନୀୟ ଜଳ ବଣ୍ଟନ କରାଯାଇଛି । ଏବଂ ରାତିରେ ରୁଟି ଡାଲମା ଆଦି ପ୍ରଦାନ କରାଯାଉଛି ।
ସାଧାରଣତଃ ଏବେ ୩୦ ଦିନ ହେଲା ହୋଟେଲ, ଦୋକାନ ବଜାର ପ୍ରାୟତଃ ବନ୍ଦ ରହୁଛି ସେଥିପାଇଁ ଅସହାୟ ଲୋକ ମାନେ ଖାଇବା ପାଇଁ ବହୁତ ହଇରାଣ ହେଉଛନ୍ତି ସେଥିପାଇଁ ସମସ୍ତଙ୍କୁ ଅନୁରୋଧ ଆପଣ ମାନେ ଯଦି ନିଜ ପାଖଆଖରେ ସେଭଳି ଲୋକ ଙ୍କୁ ପାଉଛନ୍ତି ଆମ ପରିବାର ସହ ଯୋଗାଯୋଗ କରିବାକୁ ଅବଗତ କରାଯଉଛି । ପେଟରେ ଆହାର ଦେଇ ହେଲପିଙ୍ଗ ହ୍ୟାଣ୍ଡର ମହାନତାର ପରିଚୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ୩୦ଦିନ ହେଲା ଏହି କାର୍ଯ୍ୟରେ ସଂଗଠନର, ସତ୍ୟରଂଜନ ସାହୁ ,ସୁବାସ ବେହେରା,ସୁଧିର ସାହୁ ,ଗୋପାଳ ସାମଲ, ଅନୁପ ଦାସ ,ଅଭିମନ୍ୟୁ ନାୟ.ଉମେଶ ସାହୁ ,ଶ୍ରୀଧର ତ୍ରିପାଠି,ପ୍ରଦିପ୍ତ ଦାସ,ବିଜୟ ସାହୁ,ସୁମନ କର,ଚନ୍ଦନ,ସ୍ମୃତିରଂଜନ ପଣ୍ଡା, ଇନ୍ଦ୍ରଜିତ ସ୍ୱାଇଁ ,ଅଂଶୁମାନ କର ,ଦୀପକ ଜେନା ଚନ୍ଦନ ମଲ୍ଲିକ,ଅଶ୍ୱିନୀ ଦାସ,ସୁମନ୍ତ କର.ଓ ଯାଜପୁର ଶାଖାର ଅନନ୍ତ ନାୟକ,ସୁଦର୍ଶନ ସାହୁ,ଦିନେଶ ଗୋଉଡ,ଓ ଭଦ୍ରକ ବାତ୍ୟା ୟସ ସମୟରେ ଶାଖାର ମୋତି ମହାପାତ୍ର ଓ ଆଦିତ୍ୟ ଙ୍କ ନେତୃତ୍ୱରେ ସମସ୍ତ ସମସ୍ତ ସଭ୍ୟ ଯୋଗଦେଇ ଖାଦ୍ୟବଂଟନରେ ସହଯୋଗ କରିଥିଲେ ।

Comments are closed.