ପାଂଚ ପୀଢ ,୮/୨କରଞ୍ଜିଆ ଷ୍ଟାଡିୟମ ଠାରେ ମର୍ଣିଙ୍ଗ ଷ୍ଟାର ଓ ସ୍ପୋଟି° କ୍ଲବ ଆନୁକୁଲ୍ୟରେ ଗତକାଲି ଠାରୁ ବରିଷ୍ଠ ୪୦ ବର୍ଷରୁ ଉର୍ଦ୍ଧ୍ଵ ବର୍ଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ଗତକାଲି ଏହାର ଉଦଘାଟନୀ ଉତ୍ସବର ନିମନ୍ତ୍ରିତ ଅତିଥି ଭାବେ ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର,କରଞ୍ଜିଆ ଥାନା ଭାରପ୍ରାପ୍ତ ପୋଲିସ ଅଧିକାରୀ ନିରଜ ମଲ୍ଲିକ ଓ ପୂର୍ଵତନ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ସୁଚନ୍ଦ୍ର ମହାଳିକ ଉପସ୍ଥିତ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଗତକାଲି ପ୍ରଥମ ଖେଳ ସ୍ପୋଟି° କ୍ଲବ ଓ ଏମକେକେଆର ମଣ୍ଡୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ମଣ୍ଡୁଆ ଦଳ ଟସ୍ ଜିଣି ସ୍ପୋଟି° ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା।ସ୍ପୋଟି° ଦଳ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୭୨ ରନ୍ କରିଥିଲା।ପ୍ରତି ଉତ୍ତରରେ ମଣ୍ଡୁଆ ଦଳ ୩ ୱିକେଟ ବିନିମୟରେ ୭୩ ରନ୍ କରି ୭ ୱିକେଟ ରେ ବିଜୟୀ ହୋଇଥିଲା। ଅମ୍ପାୟାର ଭାବେ କମଲ ଦାସ ଓ ପୁରୁଷୋତ୍ତମ ଦାସ ଖେଳ ପରିଚାଳନା କରିଥିଲେ।ସ୍କୋରର ଭାବେ ସୋମ୍ୟ ବେହେରା କାର୍ଯ୍ୟ ତୁଲାଇଥିଲେ। ସେହିପରି ଆଜିର ଖେଳ ମର୍ଣିଙ୍ଗ ଷ୍ଟାର ଓ ସୋନୀ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମର୍ଣିଙ୍ଗ ଷ୍ଟାର ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନେଇ ୱିକେଟ ବିନିମୟରେ ରନ୍ କରିଥିବା ବେଳେ ସୋନୀ ଇଲେଭେନ ଦଳ ରନ୍ କରି ବିଜୟୀ ହୋଇଥିଲା। ଆଜିର ଖେଳର ଅମ୍ପାୟାର ଭାବେ କଲ୍ୟାଣ କୁମାର ନାଏକ ଓ ଜୟବ୍ରତ ମେହେର ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ପୁରୁଷୋତ୍ତମ ଦାସ ଓ ଭାଷ୍ୟକାର ଭାବେ ଅନିଶ ମାନ୍ନା ଓ ଦେବାଶିଷ କାର୍ଯ୍ୟ ତୁଲାଇଥିଲେ ଥିଲେ