Odisha news

ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ।

0

ପାଂଚପୀଢ ,୧୬/୧୦ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ ମିଳିତ ଆନୁକୁଲ୍ୟରେ କରଞ୍ଜିଆ ମିଳନ ପଡ଼ିଆ ଠାରେ ତିନି ଦିନିଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ପ୍ରଥମ ଦିନର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ଵିନିତ ଭରଦ୍ୱାଜ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତରୁଣ କୁମାର ଛୋଟରାୟ, କୃଷି ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତୀ ମହାପାତ୍ର ଓ ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଆଇଏଏସ ପ୍ରୋବେସନାରୀ  ଅକ୍ଷୟ ପିଲାଇ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ଅତିଥି ଗଣ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।ପରେ ପରେ ନୃତ୍ୟଶ୍ରୀ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ଉତ୍କଳ ଜନନୀ ବନ୍ଦନା ଗାନ କରାଯାଇଥିଲା।କାର୍ଯ୍ୟକ୍ରମରେ ପାଞ୍ଚପୀଢ଼ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦ, ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକ୍ଷକ ସୁବ୍ରତ କୁମାର, କୃଷି ଅଧିକ୍ଷଣ ଯନ୍ତ୍ରୀ ଇଂ ଜଗବନ୍ଧୁ ରାଉତ,କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ ରାମଚନ୍ଦ୍ର ନାୟକ, ଯଶିପୁର କୃଷି ଜିଲ୍ଲା ଅଧିକାରୀ ତପନ କୁମାର ମହାପାତ୍ର ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନା କୃଷି ଅଧିଦର୍ଶକ ପ୍ରତାପ କୁମାର ପଶୁପାଳକ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ଵିକ୍ରୟ, ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତାର ସଚେତନତା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ବିଶେଷ ରିହାତି ଓ ବିକ୍ରୟ ବ୍ୟବସ୍ଥା, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ସୁଯୋଗ, କୃଷି ଓ ଆନୁସଙ୍ଗିକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର, ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ତତ୍କାଳ ବୁକି° ବ୍ୟବସ୍ଥା ପ୍ରଭୃତି ବିଷୟରେ ଅତିଥି ଗଣ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନୀ ଦ୍ୱାରା ବିଭିନ୍ନ ପ୍ରକାରର କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯିବା ସହ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କୁ ଉପରୋକ୍ତ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି କୃଷି ଅଧିକାରୀ ମାନେ ପ୍ରକାଶ କରିଥିଲେ। ଏଗୁଡ଼ିକ ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା କୃଷକଙ୍କ  କିପରି ସଶକ୍ତିକରଣ ଓ ଆର୍ଥିକ ବିକାଶ ହୋଇ ପାରିବ ସେ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା ଏବଂ ସମସ୍ତେ ଏହାର ସୁଯୋଗ ନେବା ପାଇଁ ଅନୁରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୨ ଜଣ କୃଷକଙ୍କୁ କୃଷି ମାଧ୍ୟମରେ ସମାଜର ଉନ୍ନତି ପାଇଁ ପ୍ରୟାସ କରିଥିବାରୁ ଉତ୍ତୋରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମ୍ମାନୀତ କୃଷକ ମାନଙ୍କ ମଧ୍ୟରେ ପୁଷ୍ପଲତା ନାୟକ, ସୁମନ୍ତ ମହାନ୍ତ, ସୁରେଶ ଚନ୍ଦ୍ର ମହାନ୍ତ, ମଞ୍ଜୁଳା ନାଏକ, ଦେବାନନ୍ଦ ପିଙ୍ଗୁଆ, ରସ୍ମିତା ମହାକୁଡ଼,ଜୁନସ କାଲୁଣ୍ଡିହା,ଭାରତୀ ମହାନ୍ତ,ଆରତ ମହାନ୍ତ,ଚଞ୍ଚଳା ମହାନ୍ତ, ମାଣ୍ଡିଆ ମା ଭାବେ ଖ୍ୟାତ ସୁବାସିନୀ ମହାନ୍ତ ଓ ହିରାବତୀ ମହାନ୍ତ ସମ୍ମାନିତ ହୋଇଥିଲେ। ପରିଶେଷରେ କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ପୃଷ୍ଟି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଯଶିପୁର ଓ କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ

Nalco
Leave A Reply