Odisha news

ପାକିସ୍ତାନରେ ଶୁଭିଲା ଜୟ ଶ୍ରୀ ରାମ ଓ ହର ହର ମହାଦେବର ଧ୍ଵନି

ନୂଆଦିଲ୍ଲୀ : ପାକିସ୍ତାନ ର ରହିମ ୟାର୍ ଖାନ୍ ଅଞ୍ଚଳରେ ନିକଟରେ ମନ୍ଦିର ଭାଙ୍ଗିବା ଘଟଣାକୁ ନେଇ ଏଠାରେ ରହୁଥିବା ହିନ୍ଦୁ ସମାଜର କ୍ରୋଧ କମିବାର ନାଁ ନେଉ ନାହିଁ । ପାକିସ୍ତାନ କରାଚିରେ ରହୁଥିବା ଅଳ୍ପ ସଂଖ୍ୟକ ରବିବାର ଦିନ ଲଗାତାର ହେଉଥିବା ଅତ୍ୟାଚାର ବିରୁଦ୍ଧରେ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ପାକିସ୍ତାନ ରେ ଜୋରେ ଜୟ ଶ୍ରୀରାମ ଓ ହର ହର ମହାଦେବ ଧ୍ଵନି ଶୁଣିବାକୁ ମିଳିଥିଲା ।
ରବିବାର ଦିନ କରାଚିର ପ୍ରେସ କ୍ଲବ ବାହାରେ ହୋଇଥିବା ଏହି ଅଳ୍ପ ସଂଖ୍ୟକ ସମୁଦାୟ ର ଲୋକମାନେ ସାମିଲ ହୋଇଥିଲେ । ଏଥିରେ ହିନ୍ଦୁ ସମୁଦାୟ ବ୍ୟତୀତ ଶିଖ , ପାର୍ସୀ, ଇସାଇ ଓ ଅନ୍ୟ ସମୁଦାୟ ର ବ୍ୟକ୍ତିମାନେ ସାମିଲ ହୋଇଥିଲେ । ଯେଉଁମାନେ ଅଳ୍ପ ସଂଖ୍ୟକ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ନେଇ ସ୍ୱର ଉଠାଇ ଥିଲେ । ଏଠାରେ ପ୍ରଦର୍ଶନ କାରୀ ମାନଙ୍କ ଦ୍ଵାରା ଜୟ ଶ୍ରୀରାମ ଓ ହର ହର ମହାଦେବ ଧ୍ଵନି ଦିଆ ଯାଇଥିଲା । ପ୍ରଦର୍ଶନର କାରୀ ମାନେ ଏଠାରେ କମଳା ରଙ୍ଗର ପତାକା ଉଡ଼ାଇ ଥିଲେ ଓ ୱି ୱାଣ୍ଟ ଜଷ୍ଟିସ ଚିତ୍କାର ଦେଇଥିଲେ । ବିରୋଧ ପ୍ରଦର୍ଶନ କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ କରାଚି ର ପ୍ରସିଦ୍ଧ ହନୁମାନ ମନ୍ଦିର ମୁଖ୍ୟ ପୂଜକ ମଧ୍ୟ ସାମିଲ ଥିଲେ ।
ମୁଖ୍ୟ ପୂଜକ ନିଜ ବିବୃତିରେ କହିଛନ୍ତି ଯେ ହିନ୍ଦୁ ଧର୍ମକୁ ବଦନାମ୍ କରାଯାଉଛି , ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ଏହାକୁ ନେଇ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯାଉ । ଏହି ପ୍ରଦର୍ଶନ ରେ କରଚିର ମୁଫତି ଫାଇସେଲ ମଧ୍ୟ ସାମିଲ ହୋଇଥିଲେ ଓ କହିଥିଲେ ଯେ ମୋର ସମ୍ପର୍କ ଇସଲାମ ସହିତ ରହିଥିଲେ ମଧ୍ୟ ମୁଁ ଏହି ଘଟଣାକୁ ନିନ୍ଦା କରୁଛି । ଆଜି ମଧ୍ୟ ହିନ୍ଦୁସ୍ଥାନ ରେ ଅଳ୍ପ ସଂଖ୍ୟକ ମୁସଲିମ ରହୁଛନ୍ତି କିନ୍ତୁ ସେମାନେ ଶାନ୍ତି ଓ ଭାଇ ଚାରା ରେ ରହି ଅଛନ୍ତି ।

Comments are closed.