ନୂଆଦିଲ୍ଲୀ : ପାକିସ୍ତାନ ରେ ମନ୍ଦିର ଭଙ୍ଗା ରୁଜା କୁ ନେଇ ପାକିସ୍ତାନ ର ପଞ୍ଜାବ ପ୍ରଦେଶର ପୋଲିସ୍ କୁ ଖୁବ୍ ତାଗିଦ୍ କରିଛନ୍ତି । ପାକିସ୍ତାନ ହିନ୍ଦୁ କାଉନସିଲ୍ ର ମୁଖ୍ୟ ସଂରକ୍ଷକ ରମେଶ କୁମାରଙ୍କ ସହିତ ସାକ୍ଷାତ ପରେ , ଭୋଙ୍ଗ ଗାଁ ରେ ମନ୍ଦିରକୁ ଆକ୍ରମଣ କୁ ନେଇ କହିଛନ୍ତି ଯେ ଏହି ଆକ୍ରମଣ ରେ ସାମିଲ ଥିବା ପ୍ରତିଟି ବ୍ୟକ୍ତିଙ୍କୁ ଗିରଫ କରାଯାଉ । ସେ ୮ବର୍ଷର ହିନ୍ଦୁ ଛୁଆକୁ ଗିରଫ କରିଥିବା ପୋଲିସ କର୍ମୀଙ୍କୁ ପଦବୀ ରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ୍ ପର୍ଯ୍ୟନ୍ତ ଆରୋପିକୁ ଗିରଫ କରା ନ ଯାଇଥିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଓ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଯଦି ଏହି ଆକ୍ରମଣ ମୁସଲମାନଙ୍କ ସହିତ ହୋଇ ଥାଆନ୍ତା ତେବେ କଣ ହୋଇ ଥାଆନ୍ତା ?
ପାକିସ୍ତାନ ଗଣ ମାଧ୍ୟମ ସୂଚନା ଅନୁସାରେ ଚିଫ୍ ଜଷ୍ଟିସ କହିଥିଲେ ଯେ ପଞ୍ଜାବ ପ୍ରଦେଶର ମୁଖ୍ୟ ସଚିବ ଓ ଆଇଯିପି ଙ୍କୁ ରିପୋର୍ଟ ସହିତ କୋର୍ଟ ରେ ହାଜିର୍ ହେବାକୁ କହିଛନ୍ତି । କେସ ର ଆସନ୍ତା ଶୁଣାଣି ଅଗଷ୍ଟ ମାସ ୧୩ ତାରିଖ ରେ ହେବ । ଏହି ଘଟଣାକୁ ନେଇ ଚିଫ ଜଷ୍ଟିସ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ କହିଛନ୍ତି ଯେ ଏହି ଘଟଣା ପାକିସ୍ତାନର ଛବି କୁ ସାରା ବିଶ୍ୱରେ ଖରାପ୍ କରିବ ।
ପାକିସ୍ତାନ ଚିଫ୍ ଜଷ୍ଟିସ କହିଛନ୍ତି ଯେ ଭିଡ ମନ୍ଦିର କୁ ଭାଙ୍ଗି ଥିଲେ ଓ ପୋଲିସ ମୁକ ଦର୍ଶକ ସାଜିଥିଲା । ସେ ପ୍ରଶ୍ନ କରିଥିଲେ ପୋଲିସ ପ୍ରଶାସନ କଣ କରୁଥିଲା ? ଏହାର ଉତ୍ତରରେ ଆଇଜିପି କହିଥିଲେ ଯେ ଘଟଣା ସ୍ଥଳରେ ଆସିଷ୍ଟାଣ୍ଟ କମିଶନର ଓ ଏସପି ଉପସ୍ଥିତ ଥିଲେ । ଚିଫ ଜଷ୍ଟିସ କହିଛନ୍ତି ଯେ ପୋଲିସ ର ପ୍ରଥମ କର୍ତ୍ତବ୍ୟ ଥିଲା ସେହି ସ୍ଥାନରେ ଥିବା ୭୦ ହିନ୍ଦୁ ପରିବାରଙ୍କୁ ସୁରକ୍ଷା ପ୍ରଦାନ କରିବା ଓ ଏଫ୍ ଆଇ ଆର୍ ରେ ଆତଙ୍କ ବାଦ କାର୍ଯ୍ୟ କଳପକୁ ଯୋଡ଼ି ଦିଆ ଯାଇଛି । ଘଟଣାର ୩ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଆରୋପି ଙ୍କୁ ଗିରଫ କରା ଯାଇ ନଥିବା କାରଣକୁ ନେଇ ଚିଫ ଜଷ୍ଟିସ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ କହିଛନ୍ତି ପୋଲିସ ନିଜ କାର୍ଯ୍ୟରେ ବିଫଳ ହୋଇଥିବା ଦର୍ଶାଇ ଛନ୍ତି । ଏହା ପାକିସ୍ତାନୀ ହିନ୍ଦୁ ମାନଙ୍କ ଉପରେ କି ପ୍ରଭାବ ପକାଇବ ତାହା ଥରେ ଚିନ୍ତା କରିବା ଉଚିତ୍ । ଏହି ଘଟଣା ଯଦି ମୁସଲମାନ ଙ୍କ ସହିତ ହୋଇଥିଲେ ହୁଏତ କେବେଠୁ ସମାଧାନ ହୋଇ ସାରନ୍ତାଣି।
Comments are closed.