ନୂଆଦିଲ୍ଲୀ : ସୌଦି ଆରବ ପାକିସ୍ତାନକୁ ଦେଇଛି ବଡ଼ ଝଟକା l ସୌଦି ସରକାର ଆସନ୍ତା ମାସରେ ହେବାକୁ ଥିବା ଜି-୨୦ ସମିଟ ପାଇଁ ଏକ ବିଶେଷ ପ୍ରକାରର ଟଙ୍କା ଜାରି କରିଛନ୍ତି l ଏହାର ପଛ ଭାଗରେ ଜି-୨୦ ଦେଶର ନକ୍ସା ରହିଛି l ଖାସ କଥାଟି ଏହାଯେ ଏଥିରେ କାଶ୍ମୀର ,ଗିଲିଗିତ ଓ ବଲୁଚିସ୍ତାନକୁ ପାକିସ୍ତାନର ଅଂଶ ଭାବରେ ଦେଖା ଯାଇନାହିଁ l ଏହାକୁ ସ୍ୱତନ୍ତ୍ର ଦେଶ ଭାବରେ ଦେଖାଇ ଦିଅ ଯାଇଛି l ପାକିସ୍ତାନର ସରକାର ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି l ଜି-୨୦ ଶିଖର ସମିଳନୀ ୨୧ ଓ ୨୨ ନଭେମ୍ବରରେ ରିୟାଦରେ ଆୟୋଜିତ ହେବ l
ଜି-୨୦ ଶିଖର ସମିଳନୀରେ ସୌଦି ଆରବର ସରକାର ଓ ପ୍ରିନ୍ସ ସଲମାନ ଅଧକ୍ଷାତ କରିବେ l ଅକ୍ଟୋବର ୨୪ ତାରିଖ ଦିନ ଏହି କାର୍ଯ୍ୟକ୍ରମକୁ ଐତିହାସିକ କରିବା ପାଇଁ ସୌଦି ସରକାର ୨୦ ରିୟାଲର ବ୍ୟାଙ୍କ ମୁଦ୍ରା ଜାରି କରିଛନ୍ତି l ଏଥିରେ ସାମ୍ନା ପଟରେ ସୌଦି କିଙ୍ଗ ସଲମାନଙ୍କର ଏକ ଫଟୋ ରହିଛି ଓ ଏକ ସ୍ଲୋଗାନ ଲେଖାଯାଇଛି ,ଅନ୍ୟ ପାର୍ଶ୍ୱରେ ବିଶ୍ୱ ମାନଚିତ୍ର ରହିଛି l ଯେଉଁଥିରେ ଜି-୨୦ ଦେଶ ଗୁଡିକୁ ଅଲଗା ଅଲଗା ରଙ୍ଗରେ ରଙ୍ଗ ଯାଇଛି l ଏଥିରେ କାଶ୍ମୀର ବ୍ୟତୀତ ଗିଲିଗିତ ଓ ବଲୁଚିସ୍ତାନକୁ ପାକିସ୍ତାନର ଅଂଶ ଭାବରେ ଦେଖା ଯାଇନାହିଁ l ଯୁରେସୀୟନ ଟାଇମ୍ସ ମତ ଦେଇଛି ଯେ ସେପ୍ଟେମ୍ବରରେ ଇଜ୍ରାଇଲର ଗୁଇନ୍ଦା ବିଭାଗ ପକ୍ଷରୁ ଜଣl ପଡିଛି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପୂର୍ବରୁ ସଫା ସଫା କହିଦେଇଥିଲେ ଯେ ତାଙ୍କ ଦେଶ ଇଜ୍ରାଇଲକୁ ମାନ୍ୟତା ଦେଉନାହିଁ ଏବଂ ତାଙ୍କ ସହିତ କୂଟନୈତିକ ସମ୍ପର୍କ ରଖିବା l
ରିପୋର୍ଟ ଅନୁସାରେ ଫିଲିସ୍ତିନ ଓ କାଶ୍ମୀର ଉପରେ ପାକିସ୍ତାନର ନୀତି ସମାନ ଅଟେ l କିନ୍ତୁ ସୌଦି ଆରବ ଓ ଇଜ୍ରାଇଲର ସମ୍ପର୍କ ଭାରତ ସହିତ ନିବିଡ ଅଟେ l ପ୍ରିନ୍ସ ସଲମାନ ବଦଳୁଥିବା ସମୟକୁ ନେଇ ବିଦେଶ ନୀତିକୁ ମଧ୍ୟ ବଦଳାଇଛନ୍ତି l ସେ ବର୍ତ୍ତମାନ ଭାରତକୁ ଅଧିକ ମହତ୍ୱ ଦେଉଛନ୍ତି l ପାକିସ୍ତାନ ତାଙ୍କ ନଜରରେ ବର୍ତ୍ତମାନ ଦେଖା ଯାଉନାହିଁ l କାଶ୍ମୀର ପ୍ରସଙ୍ଗ ଉପରେ ସୌଦି ସରକାର ଗୋଟିଏ ପଦ କଥା ମଧ୍ୟ ଭାରତ ବିପକ୍ଷରେ କହିନାହିଁ l ଅନ୍ୟ ଆରବ ଦେଶମାନେ ମଧ୍ୟ ଭାରତ ସହିତ ସୁସମ୍ପର୍କ ରଖିବାକୁ ଚାହୁଁଛନ୍ତି l ପାକିସ୍ତାନ ଚୀନ ଓ ତୁର୍କୀ ସହିତ ସମ୍ପର୍କ ମଧୁର ରଖିବାକୁ ଚାହୁଁଛି l
